ଗବେଷଣା ପରେ ଚୀନର ଅଜବ ଦାବି; “150 ବର୍ଷ ଯାଏଁ ମରିବନି ମଣିଷ”, ରାମଦେବ କହିଲେ ଦୀର୍ଘାୟୁ ହେବାର ଭାରତୀୟ ଫର୍ମୁଲା…

କଳ୍ପନା କରନ୍ତୁ, ଯଦି ଜଣେ ମଣିଷ ୧୫୦ ବର୍ଷ ବଞ୍ଚିବ, ତେବେ ତାର ଜୀବନ କିପରି ହେବ? ଗବେଷଣା ପରେ ଚୀନର ଅଜବ ଦାବି; “150 ବର୍ଷ ଯାଏଁ ମରିବନି ମଣିଷ” । କିନ୍ତୁ ରାମଦେବଙ୍କଠୁ ଜାଣନ୍ତୁ ଦୀର୍ଘାୟୁ ହେବାର ଭାରତୀୟ ଫର୍ମୁଲା ।

ନୂଆଦିଲ୍ଲୀ: କଳ୍ପନା କରନ୍ତୁ, ଯଦି ଜଣେ ମଣିଷ ୧୫୦ ବର୍ଷ ବଞ୍ଚିବ, ତେବେ ତାର ଜୀବନ କିପରି ହେବ? ଏହା କୌଣସି ଫିଲ୍ମି ସ୍ୱପ୍ନ ନୁହେଁ, ବରଂ ଚୀନ୍ ଦ୍ୱାରା ଏକ ନୂତନ ଗବେଷଣା। ବେଜିଂର ‘ବିଜୟ ଦିବସ’ରେ ରୁଷ ରାଷ୍ଟ୍ରପତି ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଭାଇରାଲ ହେଉଛି । ଯେଉଁଥିରେ ମଣିଷର ଆୟୁଷ ୧୫୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାର ଫର୍ମୁଲା ଉପରେ ଆଲୋଚନା କରାଯାଉଛି।

କିନ୍ତୁ ବଡ଼ ପ୍ରଶ୍ନ ହେଉଛି, କ’ଣ ଜଣେ ମଣିଷକୁ ପ୍ରକୃତରେ ୧୫୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରଖାଯାଇପାରିବ? ପ୍ରକୃତରେ, ‘ବାୟୋ ଟେକ୍ନୋଲୋଜି ଏବଂ ମେଡ଼ିକାଲ ସାଇନ୍ସ’ରେ ଏପରି ଏକ୍ସପରିମେଣ୍ଟ କରାଯାଉଛି, ଯେଉଁଥିରେ ମଣିଷର ଅଙ୍ଗ ବଦଳାଇ ଶରୀରକୁ ପୁଣି ଯୁବା ବା ୟଙ୍ଗ କରିବାର ପ୍ରୟାସ କରାଯାଉଛି।

ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ, ‘ଅକ୍ସିଜେନ ଥେରାପି, କୋଷ ପୁନର୍ଜୀବନ, ​​ଜିନ୍ ଏଡିଟିଂ ଏବଂ ଅଙ୍ଗ ପ୍ରତିରୋପଣ’ ଭଳି କୌଶଳ ଦ୍ୱାରା ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଧୀର କରାଯାଇପାରିବ। ନୂତନ ଗବେଷଣାରେ ଏହା ମଧ୍ୟ ଦାବି କରାଯାଉଛି ଯେ ‘ଟେଲୋମିୟର ଏକ୍ସଟେନସନ’ ଅର୍ଥାତ୍ କୋଷ ବିଭାଜନକୁ ଧୀର କରିବା ଏବଂ ‘କ୍ଲୋନିଂ ଟେକ୍ନୋଲୋଜି’ ମଣିଷକୁ ଯୁବା ବା ୟଙ୍ଗ ରଖିପାରେ ଏବଂ ଏବେ କେବେ ନ ମରିବାର ସମ୍ଭାବନା ଅର୍ଥାତ୍ ଅମର ରହିବାକୁ ନେଇ ମଧ୍ୟ ଅନୁସନ୍ଧାନ କରାଯାଉଛି। ବର୍ତ୍ତମାନ, ଏହା ଏକ ସ୍ୱପ୍ନ, ଏହାକୁ ବାସ୍ତବତାରେ ପରିଣତ କରିବାକୁ ସମୟ ଲାଗିବ।

ଯୋଗ ଲାଭଦାୟକ ପ୍ରମାଣିତ ହେବ

ବିଜ୍ଞାନ ଆଜି ମଣିଷର ଆୟୁଷ ବୃଦ୍ଧି କରିବାକୁ ଚେଷ୍ଟା କରୁଥିବା ବେଳେ, ଭାରତର ‘ଯୋଗ ଏବଂ ଆୟୁର୍ବେଦ’ ଶତାବ୍ଦୀ ଧରି ବିଶ୍ୱାସ କରିଆସୁଛି ଯେ ଜଣେ ବ୍ୟକ୍ତି ସଠିକ୍ ଖାଦ୍ୟ, ସଠିକ୍ ନିଶ୍ୱାସ ପ୍ରଶ୍ୱାସ, ସଠିକ୍ ଜୀବନଶୈଳୀ ସହିତ ଦୀର୍ଘ ଏବଂ ସୁସ୍ଥ ନିରାମୟ ଜୀବନଯାପନ କରିପାରିବ। ଯଦି 150 ବର୍ଷ ବଞ୍ଚିବା ଏକ ସ୍ୱପ୍ନ, ତେବେ ଯୋଗ ଏବଂ ଆୟୁର୍ବେଦ ତାଙ୍କୁ ସୁସ୍ଥ ଏବଂ ଖୁସି କରିବାର ପଥ ଦେଖାଇ ପାରିବ।

35% ଭାରତୀୟଙ୍କ ଜୀବନଶୈଳୀରେ ରୋଗ ଭରି ରହିଛି

ପ୍ରତି 10 ଜଣ ଆଡଲ୍ଟଙ୍କ ମଧ୍ୟରୁ ଜଣଙ୍କଠାରେ ହାଇପୋ-ଥାଇରଏଡ୍ ଅଛି । 3 ଜଣ ସୁଗାର ରୋଗୀଙ୍କ ମଧ୍ୟରୁ ଜଣଙ୍କରେ ଥାଇରଏଡ୍ ଅଛି, 23% ଭାରତୀୟ ମେଦବହୁଳ ବା ମୋଟାପା ଏବଂ 40% ଲୋକଙ୍କ ପେଟରେ ଅତିରିକ୍ତ ଚର୍ବି ବା ଏକ୍ସେସ ଫ୍ୟାଟ ଅଛି। ଲାଇଫଷ୍ଟାଇଲ ରୋଗରେ ବିପି-ସୁଗାର, ହାଇ କୋଲେଷ୍ଟ୍ରଲ୍, ମୋଟାପା, ଥାଇରଏଡ୍, ଫୁସଫୁସ ସମସ୍ୟା, ଅନିଦ୍ରା, ଗଣ୍ଠି ଯନ୍ତ୍ରଣା ଏବଂ ଡେଫିସିଏନ୍ସି ଅନ୍ତର୍ଭୁକ୍ତ। ଯଦି ଆପଣ ପ୍ରତିଦିନ ଯୋଗ କରନ୍ତି, ତେବେ ଆପଣଙ୍କର ଏନର୍ଜୀ ବୃଦ୍ଧି ପାଇବ, ବିପି ନିୟନ୍ତ୍ରଣରେ ରହିବ, ଓଜନ ନିୟନ୍ତ୍ରଣରେ ରହିବ, ସୁଗାର ନିୟନ୍ତ୍ରଣରେ ରହିବ, ନିଦ ଭଲ ହେବ ଏବଂ ମୁଡ ମଧ୍ୟ ଭଲ ରହିବ।

ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନ

ଦୀର୍ଘାୟୂ ଏବଂ ସୁସ୍ଥ ଜୀବନ ପାଇଁ ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ, ଗିଲୋୟ ବା ଗୁଡ଼ୁଚି-ତୁଳସୀ କାଢା ପିଅନ୍ତୁ, ହଳଦୀ କ୍ଷୀର ପିଅନ୍ତୁ, ଋତୁକାଳୀନ ଫଳ ବା ସିଜନାଲ ଫଳ ଖାଆନ୍ତୁ ଏବଂ ବାଦାମ ଓ ଅଖରୋଟ ସେବନ କରନ୍ତୁ। ହାର୍ଟକୁ ସୁସ୍ଥ ରଖିବା ପାଇଁ ଲାଉ ସୁପ, ଲାଉ ସବ୍ଜି କିମ୍ବା ଲାଉ ଜୁସ ସେବନ କରନ୍ତୁ । ଥାଇରଏଡ୍ ନିୟନ୍ତ୍ରଣ କରିବା ପାଇଁ, ବ୍ୟାୟାମ କରନ୍ତୁ, ସକାଳେ ଆପଲ୍ ଭିନେଗାର ପିଅନ୍ତୁ, ରାତିରେ ହଳଦୀ କ୍ଷୀର ପିଅନ୍ତୁ, କିଛି ସମୟ ପାଇଁ ସୂର୍ଯ୍ୟକିରଣରେ ବସନ୍ତୁ ଏବଂ 7 ଘଣ୍ଟା ଶୋଇବା ନିଶ୍ଚିତ କରନ୍ତୁ।