fbpx

ଚୀନର ଏହି ରହସ୍ୟମୟୀ ସଂକ୍ରମଣ ଆଣିପାରେ କରୋନାଠୁ ଘାତକ ମହାମାରୀ! ଜାଣନ୍ତୁ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଚୀନରେ ବ୍ୟାପିବାରେ ଲାଗିଛି ରହସ୍ୟମୟୀ ରୋଗ । ତେବେ ଏହି ନିମୋନିଆ ଭାରତ ସମେତ ସମଗ୍ର ବିଶ୍ୱକୁ ପୁଣିଥରେ ଚିନ୍ତାରେ ପକାଇଛି। ଚୀନରେ ହଠାତ୍ ଶ୍ୱାସ ଜନିତ ସମସ୍ୟା ବଢ଼ୁଥିବା ଦେଖିବା ପରେ ସମଗ୍ର ବିଶ୍ୱ ଆଶଙ୍କା ମଧ୍ୟରେ ରହିଛି। ବର୍ତ୍ତମାନ ଏହା ଦାବି କରାଯାଉଛି ଯେ ଏହା କରୋନା ଅପେକ୍ଷା ଏକ ବଡ଼ ମହାମାରୀ ଆଣିପାରେ। ଏଭଳି ପରିସ୍ଥିତିରେ ଚୀନରେ ଏହି ରହସ୍ୟମୟ ରୋଗ ବ୍ୟାପିବାର କାରଣ ଜଣା ପଡ଼ିନାହିଁ । ତେବେ ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ- ପ୍ରକୃତରେ ଏହା କରୋନା ଅପେକ୍ଷା ଅଧିକ ବିପଜ୍ଜନକ କି?

ଏ ନେଇ ଏମ୍ସର ସ୍ୱାସ୍ଥ୍ୟ ବିଶେଷଜ୍ଞ ସମସ୍ତଙ୍କୁ ନିଶ୍ଚିତ ରହିବାକୁ ପରାମର୍ଶ ଦେଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଚୀନରେରେ ଶ୍ୱାସ ଜନିତ ରୋଗ ସାଧାରଣ ଜୀବାଣୁ ଦ୍ୱାରା ହୋଇଥାଏ ଏବଂ ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଚାଇନାରେ ଏପରି ରୋଗ ବୃଦ୍ଧି ପାଉଥିବା ବେଳେ ଏମ୍ସର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ଶୀତଦିନେ ଭାଇରାଲ୍ ସଂକ୍ରମଣ ହେବା ସାଧାରଣ କଥା । ତେବେ କୋଭିଡ ପରି ଅନ୍ୟ ମହାମାରୀ ହେବାର ସମ୍ଭାବନା ନାହିଁ। ତେବେ ଉତ୍ତର ଚୀନରେ ପିଲାମାନଙ୍କଠାରେ ଏହି ସଂକ୍ରମଣ ବେଶ ଦ୍ରୁତଗତିରେ ବଢ଼ିବାରେ ଲାଗିଛି ।

ତେବେ ମା’ ଏବଂ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ଏସ.କେ କାବ୍ରା କହିଛନ୍ତି, ‘ବର୍ତ୍ତମାନ ଚାଇନାରୁ ଆସୁଥିବା ରିପୋର୍ଟରୁ ଜଣାପଡିଛି ଯେ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ହଠାତ୍ ଶ୍ୱାସଜନିତ ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଏହା ପିଲାମାନଙ୍କଠାରେ ଅଧିକ ଦେଖାଯାଇଥାଏ । ତେବେ ଏହା କୌଣସି ପ୍ରକାର ନୂତନ ଭୂତାଣୁ କି ନୁହେଁ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ତେଣୁ ବର୍ତ୍ତମାନ ସମୟରେ ଏହା କେତେ ମାତ୍ରାରେ ଭୟଙ୍କର ତାହା କହିବା କଷ୍ଟ । ତେବେ ଶୀତ ଋତୁୁରେ ଏପରି ଅନେକ ଜୀବାଣୁ ଏବଂ ଭାଇରସ ବଢ଼ୁଥିବାର ଦେଖାଯାଇଥାଏ । ତେବେ ଏ ନେଇ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ ।

Get real time updates directly on you device, subscribe now.