fbpx

ଯେପରି ପୃଥିବୀରେ ହେଲା ବିସ୍ଫୋରଣ, ଅନ୍ତରୀକ୍ଷରୁ ଦେଖାଗଲା ବ୍ଲାଷ୍ଟ : Video ଦେଖିଲେ ଆପଣ ମଧ୍ୟ କରିପାରିବେନି ବିଶ୍ୱାସ

ନୂଆଦିଲ୍ଲୀ: ପ୍ରତିଦିନ ମହାକାଶରୁ ହଜାର ହଜାର ଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରନ୍ତି  । କିନ୍ତୁ ବେଳେବେଳେ ଏପରି ଘଟେ, ଯାହାର ଚମତ୍କାର ଚିତ୍ର ମହାକାଶ ବୈଜ୍ଞାନିକମାନଙ୍କ ନିକଟରେ ପହଞ୍ଚେ  ।

 

ନିକଟରେ ନାସାର ମହାକାଶଚାରୀ ମାଥ୍ୟୁ ଡୋମିନିକ୍ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରୁଥିବା ସମୟରେ ଆଷ୍ଟ୍ରୋଏଡ ବିସ୍ଫୋରଣର ଏକ ଚମତ୍କାର ଫଟୋ ନିଜ ରୁମରୁ କଏଦ କରିଛନ୍ତି । ମହାକାଶଚାରୀଙ୍କ ଭିଡିଓ ଦେଖିବା ଦ୍ୱାରା ପୃଥିବୀରେ ପରମାଣୁ ବିସ୍ଫୋରଣ ଘଟିଥିବା ପରି ଲାଗୁଛି ।

ତେବେ ଡୋମିନିକ୍ ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସଏସ) ରେ ଅଛନ୍ତି ଏବଂ ସ୍ପେସ୍ ର ଅଧ୍ୟୟନ କରୁଛନ୍ତି  । ସେ ରାତିରେ ‘କପୋଲା ୱିଣ୍ଡୋ’ରୁ ପୃଥିବୀର ଫଟୋ ଉଠାଉଥିଲେ । ଏହି ସମୟରେ, ସେ ଏକ ଉଜ୍ଜ୍ୱଳ ଜ୍ୟୋତିର ବସ୍ତୁର ଫଟୋ କଏଦ କରିଥିଲେ  । ସେ କହିଥିଲେ ଯେ ଏହା ନିଶ୍ଚିତ ଭାବେ ଏକ ଉଲକା ପିଣ୍ଡ  ।

 

ସୂଚନା ମୁତାବକ, ଯେତେବେଳେ ମେଟେରାଇଟ୍ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରେ, ସେତେବେଳେ ସେଥିରେ ଥିବା ଧୂଳି କଣିକା ସହିତ ଘର୍ଷଣ ହେତୁ ବିସ୍ଫୋରଣ ଘଟିଥାଏ  । ଏହି କାରଣରୁ ତାହା ଭିତରୁ ବହୁତ ଉଜ୍ଜ୍ୱଳ ଆଲୋକ ବାହାରିଥାଏ  । ଟାଇମଲେପ୍ସରେ ସେ ଏହି ମୁହୂର୍ତ୍ତକୁ କଏଦ୍ କରିଛନ୍ତି  ।

 

 

ଏହି ଭିଡିଓ କ୍ୟାପଚର କରିବାବେଳେ ସେ କହିଥିଲେ ଯେ ବୋଧହୁଏ ଏହି ଉଲକା ପିଣ୍ଡ ଭୂମଧ୍ୟସାଗର କିମ୍ବା ମିଶରର ରାଜଧାନୀ କାଇରୋ ନିକଟ ଦେଇ ଯାଉଥିଲା । ଲାଗୁଥିଲା ଯେମିତି ଆକାଶରୁ ବଜ୍ରପାତ ହେଉଛି । ଆପଣ ଏହି ଭିଡିଓ ଏଠାରେ ଦେଖିପାରିବେ  ।

Get real time updates directly on you device, subscribe now.