fbpx

ରଥଯାତ୍ରାରେ ଭିଆଇପିଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ ଲାଗିଲା ରୋକ୍, ଶୃଙ୍ଖଳିତ ବ୍ୟବସ୍ଥା ନେଇ ପ୍ରସ୍ତୁତି କଡ଼ାକଡ଼ି

Advertisement

ପୁରୀ: ପାଖେଇ ଆସୁଛି ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ରଥଯାତ୍ରା । ଏଥିପାଇଁ ଏବେ ଠାରୁ ଚଳଚଞ୍ଚଳ ପୁରୀ ବଡ଼ଦାଣ୍ଡ । ଏଥର କିନ୍ତୁ ମନ୍ଦିରରେ ଭିଆଇପିଙ୍କୁ ପ୍ରବେଶ ମନା । ରଥଯାତ୍ରା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳାକୁ କଡ଼ାକଡ଼ି କରାଯାଇଛି । ଏହା ସହ ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀରେ ରଥଯାତ୍ରାର ଚୂଡ଼ାନ୍ତ ସମୀକ୍ଷା କରିବା ନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଆଇନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ରଥଯାତ୍ରା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିବେ। ପୁରୀ ପ୍ରଶାସନ ଏବଂ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ରଥଯାତ୍ରା ପ୍ରସ୍ତୁତି ପାଇଁ ବ୍ୟସ୍ତ । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ବିଶେଷ କରି ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ନେଇ ଆଇନ୍ ମନ୍ତ୍ରୀ କହିଛନ୍ତି । ରଥଯାତ୍ରା ସମୟରେ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ସୂଚନାରୁ ପ୍ରକାଶ ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମନ୍ଦିର ଭିତରକୁ ସମସ୍ତ ଭିଆଇପିଙ୍କ ପ୍ରବେଶକୁ ବାରଣ କରାଯାଇଛି ।

Get real time updates directly on you device, subscribe now.