fbpx

ଭୁବନେଶ୍ୱରରେ ବସ୍ ଉପରେ ରେଷ୍ଟୁରାଣ୍ଟ: ଶୀତୁଆ ସନ୍ଧ୍ୟାରେ ପ୍ରକୃତିର ମଜା ନେଇ ଖାଇ ପାରିବେ [VIDEO]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ବସ୍ ଉପରେ ରେଷ୍ଟୁରାଣ୍ଟ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ । କାନନ ବିହାର ସାମ୍ନାରେ ରହିଥିବା କୌସ୍ତୁଭ କଲେଜ ସାମ୍ନାରେ ଏହି ବ୍ୟବସ୍ଥା ରହିଛି । ବିଭିନ୍ନ ମେଟ୍ରେ ସହର ମାନଙ୍କରେ ଏହି ବ୍ୟବସ୍ଥା ରହିଥିବା ବେଳେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ଏହି ବ୍ୟବସ୍ଥା ଆଣିଛନ୍ତି ଏହି ଯୁବକ ।

ପୂର୍ବରୁ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟ ସହରରେ ପ୍ଲମ୍ବର ଭାବରେ କାମ କରୁଥିବା ଯୁବକ ଜଣଙ୍କ ରାଜଧାନୀରେ ବସ ରେଷ୍ଟୁରାଣ୍ଟର ଅନୁଭବ ପ୍ରଦାନ ନେଇ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ନିଜ ସାଙ୍ଗ ସହିତ ମିଶି ଆରମ୍ଭ କରିଥିଲେ ସେଣ୍ଟ୍ରାଲ ରିଟ୍ରିଟ୍ । ଲକଡାଉନ କାରଣରୁ ବ୍ୟବସାୟ ସାମାନ୍ୟ ମାନ୍ଦା ରହିଥିବା ବେଳେ ଧୀରେ ଧୀରେ ଏହା ବୃଦ୍ଧି ପାଇବ ବୋଲି କହିଛନ୍ତି ଦୁଇ ଯୁବ ବ୍ୟବସାୟୀ ।

Get real time updates directly on you device, subscribe now.