fbpx

କର୍ମ ଫଳ ଭୋଗିଲା ଚୋର: ମନ୍ଦିରରୁ ଚୋରି ସାମଗ୍ରୀ ଆଣି ଫେରାଇଲା, ଚିଠି ଲେଖି ମାଗିଲା କ୍ଷମା

ମଧ୍ୟପ୍ରଦେଶ: ମୁଣ୍ଡକୁ ଜୁଟିଲା ଦୁର୍ବୁଦ୍ଧି ରାତି ଅଧରେ ଆସି ମନ୍ଦିରରୁ କଲେ ଚୋରି। ପରେ ଏପରି ହଇରାଣ ହେଲା ଯେ, ମନ୍ଦିରରୁ ଚୋରି ହୋଇଥିବା ରୂପା ଏବଂ ପିତ୍ତଳ ସାମଗ୍ରୀ ଫେରାଇବା ସହ କ୍ଷମା ମାଗିଛି ଚୋର। ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ଏପରି ଘଟଣା ଘଟିଛି। ଏକ ମନ୍ଦିରରୁ ଚୋରି ହୋଇଥିବା ରୂପା ଏବଂ ପିତ୍ତଳ ସାମଗ୍ରୀ ଚୋରକୁ କ୍ଷମା ମାଗିବା ସହ ଫେରାଇ ଆଣି ନିଜର କର୍ମ ପାଇଁ ଭୟଙ୍କର ଫଳ ଭୋଗିଛି ବୋଲି ଚୋର ରବିବାର ପୋଲିସ ପାଖରେ କହିଛି।

ଏହି ଘଟଣାକୁ ନେଇ ଅତିରିକ୍ତ ପୋଲିସ ଅଧୀକ୍ଷକ ବିଜୟ ଡାବୁର କହିଛନ୍ତି ଯେ ଅକ୍ଟୋବର ୨୪ ରେ ଲାମଟା ପୋଲିସ ଷ୍ଟେସନ ଅଞ୍ଚଳରେ ଶାନ୍ତିନାଥ ଦିଗମ୍ବର ଜୈନ ମନ୍ଦିରରୁ ଜଣେ ଅଜ୍ଞାତ ଚୋର 10 ଟି ରୂପା ଅଳଙ୍କାର ଏବଂ ଛତା ସମେତ ତିନୋଟି ପିତ୍ତଳ ସାମଗ୍ରୀ ଚୋରି କରିଥିଲା। ସେବେଠାରୁ ପୋଲିସ ଅପରାଧୀଙ୍କୁ ଖୋଜୁଥିଲା। ତେବେ ଶୁକ୍ରବାର ଦିନ ଜୈନ ପରିବାରର ସଦସ୍ୟମାନେ ଲାମଟାସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଗର୍ତ୍ତରେ ପଡ଼ିଥିବା ବ୍ୟାଗକୁ ଦେଖି ପୋଲିସ ଏବଂ ସମ୍ପ୍ରଦାୟର ସଦସ୍ୟଙ୍କୁ ଏହା ଜଣାଇଥିଲେ। ସେମାନେ କହିଛନ୍ତି ଯେ ବ୍ୟାଗରୁ ଚୋରି ହୋଇଥିବା ସାମଗ୍ରୀ ସହିତ ଚୋରର କ୍ଷମା ପ୍ରାର୍ଥନା ଚିଠି ମଧ୍ୟ ଉଦ୍ଧାର କରାଯାଇଛି।

ଏବେ ଏହି ଚିଠି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରଲ ହେଉଛି। ଏହି ଚିଠିରେ ଲେଖାଯାଇଛି ଯେ, ମୁଁ ମୋର କାର୍ଯ୍ୟ ପାଇଁ କ୍ଷମା ପ୍ରାର୍ଥନା କରୁଛି। ମୁଁ ଭୁଲ କରିଥିଲି, ମୋତେ କ୍ଷମା କରନ୍ତୁ। ଚୋରି ପରେ ମୁଁ ବହୁତ କଷ୍ଟ ପାଇଛି। ଥାନାଧିକାରୀ କହିଛନ୍ତି ଯେ ପୋଲିସ ଚୋରି ସାମଗ୍ରୀ ଜବତ କରିଛି ଏବଂ ଚୋରକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

Get real time updates directly on you device, subscribe now.