fbpx

ସରକାରୀ ଓ ପ୍ରାଇଭେଟ୍ ସେକ୍ଟର କର୍ମଚାରୀଙ୍କ ବଢ଼ିବ ରିଟାୟାରମେଣ୍ଟ ବୟସ! EPFO ପକ୍ଷରୁ ଦିଆଗଲା ପ୍ରସ୍ତାବ

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ପ୍ରାଇଭେଟ ଓ ସରକାରୀ କର୍ମଚାରୀଙ୍କ ଅବସରକାଳୀନ ବୟସ ବୃଦ୍ଧି ନେଇ ପ୍ରସ୍ତାବ ଦିଆଯାଇଛି । କର୍ମଚାରୀଙ୍କ ରିଟାୟାରମେଣ୍ଟ ବୟସ ବଢ଼ିବା ନେଇ କିଛିଦିନ ପୂର୍ବରୁ ହେଉଥିଲା । ଦେଶରେ ବରିଷ୍ଠ ନାଗରିକଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି ଇପିଏଫଓ ପକ୍ଷରୁ ରିଟାୟାରମେଣ୍ଟ ବୟସ ବୃଦ୍ଧି ନେଇ ବିଚାର କରାଯାଉଛି ।

ଏକ ରିପୋର୍ଟ ମୁତାବକ, ରିଟାୟାରମେଣ୍ଟ ବୟସ ବୃଦ୍ଧି ହେବା ଫଳରେ ପେନସନ ସିଷ୍ଟମ ଉପରେ ଏହାର ଭାର ବହୁତ କମ୍ ହୋଇଯିବ । ଫଳରେ ଏହାର ଫାଇଦା ଉଭୟ ସରକାର ଓ କର୍ମଚାରୀଙ୍କୁ ମିଳିବ । ଏହି କାରଣରୁ ସରକାର ଏହି ପ୍ରସ୍ତାବ ଉପରେ ବିଚାର କରୁଛିନ୍ତି । ଇପିଏଫଓର ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦୪୭ ମଧ୍ୟରେ ଭାରତରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୧୪ କୋଟିରୁ ଅଧିକ ଟପିଯିବ । ଏହାର ପରିଣାମସ୍ୱରୂପ ପେନସନ ଫଣ୍ଡ ଉପରେ ଅଧିକ ଚାପ ସୃଷ୍ଟି ହେବ ।

ଯଦି କର୍ମଚାରୀଙ୍କ ରିଟାୟାରମେଣ୍ଟ ବୟସ ବୃଦ୍ଧି ହୁଏ, ତେବେ ଏହା ଫଳରେ ପେନସନ ଫଣ୍ଡରେ କର୍ମଚାରୀଙ୍କ ପକ୍ଷରୁ ଅଧିକ ଅର୍ଥ ଜମା ହେବ ଓ କର୍ମଚାରୀଙ୍କୁ ଅଧିକ ବେନିଫିଟ୍ ମିଳିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଭାରତରେ ବର୍ତ୍ତମାନ ଅବସର ବୟସ ୫୮ରୁ ୬୫ ବର୍ଷ ମଧ୍ୟରେ ରହିଛି । ଏଥିରେ ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରର କର୍ମଚାରୀ ରହିଛନ୍ତି ।

Get real time updates directly on you device, subscribe now.