fbpx

ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ Retirement ବୟସ ବଢ଼ିବ!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ରିଟାୟାରମେଣ୍ଟ ବୟସ ବଢ଼ିବ । କେନ୍ଦ୍ର ସରକାର ସଂସଦର ଶୀତକାଳୀନ ଅଧିବେସନ ପୂର୍ବରୁ ଏନେଇ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ଏନେଇ ବାର କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ କେନ୍ଦ୍ର ସରକାର ଓ ମୁଖ୍ୟ ନ୍ୟାୟାଧୀଶଙ୍କୁ ପତ୍ର ଲେଖାଯାଇଛି । ବର୍ତ୍ତମାନ ହାଇକୋର୍ଟ ଜଜଙ୍କ ଅବସର ବୟସ ୬୨ ବର୍ଷ ରହିଥିବା ବେଳେ ସୁପ୍ରିମକୋର୍ଟ ବିଚାରପତିଙ୍କର ୬୫ ବର୍ଷ ରହିଛି । ତେବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଜଜଙ୍କ ସେବାନିବୃତ ବୟସ ଦୁଇ-ଦୁଇ ବର୍ଷ ବୃଦ୍ଧି ପାଇପାରେ ।

ପୂର୍ବରୁ ଦେଶର ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସେବା ନିବୃତ ବୟସ ବୃଦ୍ଧି ନେଇ ଆଗତ ଯେ କୌଣସି ପ୍ରସ୍ତାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଆସୁଥିଲେ । ମାତ୍ର ବର୍ତ୍ତମାନ ଏନେଇ ସରକାରଙ୍କ ପକ୍ଷରୁ ପରିବର୍ତ୍ତନର ଆଭାସ ମିଳିଛି । ଏକ ସୂତ୍ର ମୁତାବକ, ଦେଶର ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ବୃଦ୍ଧି ନେଇ ସରକାର ଗମ୍ଭୀର ଅଛନ୍ତି । ଆସନ୍ତା ଶୀତକାଳୀନ ଅଧିବେସନ ପୂର୍ବରୁ ସରକାର ଏନେଇ କୌଣି ନିଷ୍ପତ୍ତି ନେଇ ପାରନ୍ତି ।

କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସୂତ୍ର ମୁତାବକ, ସରକାର ଏହି ମାମଲାରେ ଅଧ୍ୟାଦେଶ ଆଣିପାରନ୍ତି । ତେବେ ଏଠାରେ ଧ୍ୟାନ ଦେବାକୁ ପଡ଼ିବ ଯେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ.ୟୁ ଲଳିତଙ୍କ କାର୍ଯ୍ୟକାଳ ନଭେମ୍ବର ୮ ତାରିଖରେ ସମାପ୍ତ ହେବାକୁ ଯାଉଛନ୍ତି । ଯଦି ଏହି ନିଷ୍ପତ୍ତି ତାଙ୍କର କାର୍ଯ୍ୟକାଳ ସମାପ୍ତ ପୂର୍ବରୁ ନିଆଯାଏ, ତେବେ ସର୍ବପ୍ରଥମେ ଜଷ୍ଟିସ ଲଳିତଙ୍କୁ ଏହାର ଫାଇଦା ମିଳିବ । ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ଲଳିତଙ୍କ କାର୍ଯ୍ୟକାଳ ୨୦୨୪ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

Get real time updates directly on you device, subscribe now.