fbpx

ଏହି ଦେଶରେ ବୃଦ୍ଧି ହେବ Retirement ବୟସ, ୧୦ ବର୍ଷ ଅଧିକ କରିବାକୁ ପଡ଼ିବ କାର୍ଯ୍ୟ

ବେଜିଂ: ସାଧାରଣତଃ ବ୍ୟକ୍ତି ଅବସର ସମୟକୁ ଶାନ୍ତିରେ ବିତାଇବା ପାଇଁ ଚାକିରି ସମୟରୁ ହିଁ ରିଟାରମେଣ୍ଟ ପ୍ଲାନ୍ କରିଥାଏ । ଅଧିକାଂଶ ବ୍ୟକ୍ତି ୱାର୍ଲ୍ଡ ଟୁର୍ ପାଇଁ ଅର୍ଥ ସଂଚୟ କରିଥାନ୍ତି । ଭାରତରେ ସରକାରୀ କର୍ମଚାରୀଙ୍କ ପାଇଁ ଅବସର ବୟସ ୬୦ରୁ ୬୨ ବର୍ଷ ହୋଇଥିବା ବେଳେ ପ୍ରାଇଭେଟ୍ ସେକ୍ଟର ପାଇଁ ୫୮ ବର୍ଷ ବୟସ ରହିଛି । ସେହିପରି ଚୀନରେ ଅବସର ବୟସ ଦୁନିଆରେ ସର୍ବନିମ୍ନ ଅଟେ । ଆଗାମୀ ୫ ବର୍ଷରେ ଚୀନ ସରକାର ଅବସର ବୟସ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଜାରି କରିଛନ୍ତି । ଏହି ପ୍ରସ୍ତାବ ଅନ୍ତର୍ଗତ ଚୀନବାସୀଙ୍କୁ ୧୦ ବର୍ଷ ଅଧିକା କାମ କରିବାକୁ ପଡ଼ିପାରେ ।

ଏକ ରିପୋର୍ଟରୁ ପ୍ରକାଶ ଚୀନରେ କମ୍ ପିଲା ଜନ୍ମ ହେଉଛନ୍ତି । ଫଳରେ ସେଠାରେ କାର୍ଯ୍ୟ କରୁଥିବା ଯୁବକଙ୍କ ସଂଖ୍ୟା କ୍ରମାଗତ ହ୍ରାସ ହେବାରେ ଲାଗିଛି । ଏଥି ସହ ଦେଶରେ ଦିନକୁ ଦିନ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯେଉଁ କାରଣରୁ କାମ କରିବା ପାଇଁ ଲୋକଙ୍କ ଅଭାବ ରହିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୀନ ସରକାର ଦେଶରେ ଅବସର ବୟସ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେଠାରେ ଥିବା କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ନେତୃତ୍ୱ ବୈଠକରେ ଏହି ନୂତନ ପ୍ରସ୍ତାବ ଉପରେ ମୋହର ଲଗାଯାଇଥିଲା । ଏହା ଲାଗୁ ହେବା ପରେ ଚୀନରେ ଅବସର ବୟସ ୧୦ ବର୍ଷ ବୃଦ୍ଧି ହୋଇପାରେ । ଚୀନରେ ସରକାରୀ କର୍ମଚାରୀଙ୍କ ପାଇଁ ଅବସର ବୟସ ୫୫ ବର୍ଷ ହୋଇଥିବା ବେଳେ ମହିଳାଙ୍କ ପାଇଁ ଏହା ୫୦ ବର୍ଷ ରହିଛି । ‘ଚାଇନା ପେନସନ୍ ଡେଭେଲପମେଣ୍ଟ ରିପୋର୍ଟ’ ଅନୁଯାୟୀ ଚୀନରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଅବସର ବୟସ ଅତିକମରେ ୬୫ ବର୍ଷ ପର୍ଯ୍ୟନ୍ତ କରିବା ଉଚିତ । ଚୀନରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯଦ୍ୱାରା ସେମାନଙ୍କୁ ଅଧିକ ପେନସନ୍ ଦେବାକୁ ପଡ଼ୁଛି । ଚୀନ ସରକାର ପାଇଁ ଏହା ଚିନ୍ତାର ବିଷୟ । ସରକାରଙ୍କ ଅନୁଯାୟୀ ଏହି ଟଙ୍କା ସେମାନଙ୍କୁ କାର୍ଯ୍ୟ ପରିବର୍ତ୍ତେ ଦରମା ହିସାବରେ ପ୍ରଦାନ କରାଯିବା ଉଚିତ ।

‘ଚାଇନିଜ୍ ଏକାଡେମୀ ଅଫ୍ ସୋସିଆଲ ସାଇନ୍ସେସ’ର ଏକ ରିପୋର୍ଟ ଅନୁଯାୟୀ ଦେଶରେ ପେନସନଭୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ ୨୦୩୫ ମସିହା ପର୍ଯ୍ୟନ୍ତ ସରକାରୀ ପେନସନ୍ ପାଣ୍ଠିରୁ ସମସ୍ତ ଅର୍ଥ ଖର୍ଚ୍ଚ ହୋଇଯିବ । ଏଭଳି ସ୍ଥିତି ଚୀନର ଅର୍ଥବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଅନ୍ୟପଟେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଅନେକ ମହଲରୁ ବିରୋଧ କରାଯାଉଛି ।

Get real time updates directly on you device, subscribe now.