ଆଜି ଲୋକସଭାରେ ଆଗତ ହେବ ନୂଆ ଆୟକର ବିଲ୍, ଜାଣନ୍ତୁ ବିଲରେ କେଉଁ ବଡ଼ ପରିବର୍ତ୍ତନ କରାଯାଇଛି
କେନ୍ଦ୍ର ଅର୍ଥମନ୍ତ୍ରୀ ନୂତନ ଆୟକର ବିଲ ଆଗତ । ଏ ନେଇ ଗଠିତ କମିଟିର ଅଧ୍ୟକ୍ଷ ଥିଲେ ବୈଜୟନ୍ତ ପଣ୍ଡା ।
ନୂଆଦିଲ୍ଲୀ: ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆଜି ଲୋକସଭାରେ ନୂଆ ଆୟକର ବିଲ୍ ଆଗତ ହେବ । କରଦାତାଙ୍କ ହିତକୁ ଦୃଷ୍ଟିରେ ରଖି ବିଲରେ ତମାମ ପରିବର୍ତ୍ତନ କରାଯାଇଛି ।
ସିଲେକ୍ଟ କମିଟି ଦ୍ୱାରା ସୁପାରିସ କରାଯାଇଥିବା ୨୮୫ ସଂଶୋଧନ ପରେ ଏହି ବିଲକୁ ସଂସଦରେ ଆଗତ କରାଯାଇଛି । ସିଲେକ୍ଟିଭ କମିଟି ବିଜେପି ନେତା ତଥା କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିଲା ।
ନୂଆ ଆୟକର ବିଲ୍ ସଂସଦରେ ପାସ ହେଲେ ଏହା ୬୩ ବର୍ଷ ତଳର ଆୟକର ନିୟମର ସ୍ଥାନ ନେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅନୁସାରେ, ନୂଆ ଆୟକର ବିଲରେ ଅନେକ ପରିବର୍ତ୍ତନ କରାଯାଇଛି ।
୨୮୫ଟି ସଂଶୋଧନ ସାଙ୍ଗକୁ ୩୨ଟି ବଡ଼ ପରିବର୍ତ୍ତନ ମଧ୍ୟ କରାଯାଇଥିବା କହିଛନ୍ତି ମନ୍ତ୍ରୀ । ଚଳିତବର୍ଷ ସଂସଦରେ ଫେବୃଆରୀ ୧୩ରେ ଆୟକର ବିଲ୍ ଆଗତ ହୋଇଥିଲା । ଏହାପରେ କମିଟି ଗଂନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।
ଜୁଲାଇ ୨୧ ତାରିଖରେ କମିଟି ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା । ଏହାପରେ ବର୍ତ୍ତମାନ ଅର୍ଥମନ୍ତ୍ରୀ ନୂଆ ଆୟକର ବିଲକୁ ସଂସଦରେ ଉପସ୍ଥାପନ କରିବେ ।