Breaking: ପହଲଗାମ୍ ନରସଂହାରରେ ସମ୍ପୃକ୍ତ ଆତଙ୍କୀଙ୍କ ସୂଚନା ଦେଲେ ମିଳିବ ୨୦ ଲକ୍ଷ ପୁରସ୍କାର
ଆତଙ୍କବାଦୀଙ୍କୁ ଧରାଇ ଦେଲେ ମିଳିବ ୨୦ ଲକ୍ଷ ପୁରସ୍କାର ରାଶି। ପୋଲିସ ପ୍ରଶାସନର ବଡ଼ ଘୋଷଣା।
ପହଲଗାମ୍: ଆତଙ୍କୀଙ୍କ ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା। ଜମ୍ମୁକାଶ୍ମୀର ପୋଲିସର ବଡ଼ ଘୋଷଣା। ପହଲଗାମ୍ ଆତଙ୍କୀ ଆକ୍ରମଣ ସମ୍ପର୍କରେ ଯେଉଁମାନେ ଅୂଗତ ଅଛନ୍ତି, କିମ୍ୱା ଆତଙ୍କବାଦୀଙ୍କ ସୁରାକ ଜାଣିଛନ୍ତି ତାହାଲେ ସେମାନେ ସମସ୍ତ ସୂଚନା ଦେଇପାରିବେ।
ଆଉ ଯେକୌଣସି ବ୍ୟକ୍ତି ଯଦି ପହଲଗାମ୍ ଆକ୍ରମଣରେ ଆତଙ୍କ ମଚାଇଥିବା ଆକ୍ରମଣକାରୀଙ୍କୁ ଧରାଇ ଦିଅନ୍ତି ତାହାଲେ ସରକାର ତାଙ୍କୁ ୨୦ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି।
ପହଲଗାମ୍ ଆତଙ୍କୀ ଆକ୍ରମଣର ଆତଙ୍କୀଙ୍କ ବିଷୟରେ ସୂଚନା ଦେଲେ ପୁରସ୍କାର ରାଶି ଘୋଷଣା କରାଯାଇଛି। ଆଉ ପୁରସ୍କାର ରାଶି ରହିଛି ୨୦ ଲକ୍ଷ ଟଙ୍କା। ଏହି ପୁରସ୍କାର ଘୋଷଣା କରିଛି ଜମ୍ମୁକାଶ୍ମୀର ପୋଲିସ।
ଏହା ହେଉଛି ଜମ୍ମୁକଶ୍ମୀର ଅନନ୍ତନାଗ ପୋଲିସର ବଡ଼ ଘୋଷଣା। ଯେ କୌଣସି ବ୍ୟକ୍ତି ପହଲଗାମ୍ ଆତଙ୍କୀ ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ଦେବେ ତାଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା।