fbpx

ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ରିୟା

ମୁମ୍ବାଇ,୬।୧୦ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଲାଗିଛି ଝଟକା । ଆସନ୍ତା ୨୦ ତାରିଖ ଯାଏ ରିୟା ଜେଲରେ ରହିବେ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ଅନ୍ୟ ଅଭିଯୁକ୍ତଙ୍କ ହାଜତ ମିଆଦ ଅବଧିକୁ ବି ୨୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି କୋର୍ଟ । ତେବେ ଆଜି ଶେଷ ହେଉଥିଲା ରିୟା ଓ ସୌଭିକଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ଅବଧି । ଅନ୍ୟପଟେ ବେଲ୍ ପାଇଁ ମୁମ୍ବାଇ ହାଇକୋର୍ଟରେ ଆବେଦନ କରିଛନ୍ତି ରିୟା ଓ ସୌଭିକ୍ । ଆସନ୍ତାକାଲି ଜାମିନ ଆବେଦନର ରାୟ ଆସିପାରେ ବୋଲି ଜଣାପଡିଛି । ହାଇକୋର୍ଟ ଜାମିନ ଦେଲେ ସେମାନେ ଜେଲରୁ ମୁକୁଳି ପାରିବେ ।

Get real time updates directly on you device, subscribe now.