fbpx

(Video) ରାସ୍ତା ଉପରେ ଗାଡ଼ି ନୁହେଁ ଦୌଡ଼ୁଛି ଏକ ଗଣ୍ଡା, ଭିଡିଓ ସେୟାର କଲେ IFS ଅଧିକାରୀ

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟକର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଉଛି ଯେ ଏକ ଗଣ୍ଡା ରାସ୍ତା ଉପରେ ଦୌଡ଼ୁଛି । ଗଣ୍ଡାକୁ ରାସ୍ତାରେ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଗଣ୍ଡାକୁ ଏଭଳି ଭାବରେ  ଦୌଡ଼ୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଗଣ୍ଡା ଆଉ କାହା ଘରେ ପଶିଯିବନି ତ?

ଆଶ୍ୱସ୍ତିକର କଥା ଯେ ଗଣ୍ଡା ରାସ୍ତାରେ ଦୌଡ଼ି ନିଜ ଠିକଣା ସ୍ଥାନରେ ପହଞ୍ଚିଯାଉଛି । ପ୍ରକୃତରେ ବସ୍ତିରେ ପହଞ୍ଚିବା ପରେ ଗଣ୍ଡା ଦ୍ୱନ୍ଦ୍ୱରେ ପଡ଼ିଯାଉଛି ଫଳରେ ଏଠାରୁ ସେଠାକୁ ଦୌଡ଼ିବାକୁ ଲାଗୁଛି । ଏହାର ଏକ ଭିଡିଓ ଆଇଏଫଏସ୍ ସୁଶାନ୍ତ ନନ୍ଦ ଟ୍ୱିଟରରେ ସେୟାର କରିଛନ୍ତି ।

ଆଇଏଫଏସ ଅଧିକାରୀ ଲେଖିଛନ୍ତି ଯେ ଗଣ୍ଡା ମନୁଷ୍ୟ ବାସସ୍ଥାନକୁ ଆସିନାହିଁ ବରଂ ମନୁଷ୍ୟ ଗଣ୍ଡାର ବାସସ୍ଥାନକୁ ଆସିଯାଇଛି । ଏମିତିରେ ସେମାନେ କୁଆଡ଼େ ଯିବେ । ପ୍ରାୟ ସବୁ ଦେଶର ଜଙ୍ଗଲରେ ଏଭଳି ଅବସ୍ଥା । ଜଙ୍ଗଲୀ ଜନ୍ତୁଙ୍କ ବାସସ୍ଥଳୀରେ ଜନବସତି ଗଢ଼ିଉଠୁଛି, ଫଳରେ ଜଙ୍ଗଲୀ ଜନ୍ତୁଙ୍କୁ ଅସୁବିଧା ହେଉଛି । ସେପଟେ ଭିଡିଓ କେଉଁ ସ୍ଥାନର ଜଣାପଡ଼ିନଥିବାବେଳେ ୟୁଜର୍ସ ଭିଡିଓକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି,  ତଥା ଅନେକ କମେଣ୍ଟ ମଧ୍ୟ କରୁଛନ୍ତି ।

 

Get real time updates directly on you device, subscribe now.