fbpx

(Video) ସାମ୍ନାକୁ ଆସିଲେ ଦୀପିକାଙ୍କ ଛୁଆର ବାପା ଦିନେଶ, ଜାଣନ୍ତୁ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ କ’ଣ ସବୁ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୦ ଦିନ ହେଲା ଦିନେଶଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ନିଜର ହକ ଓ ନିଜର ୧ ବର୍ଷର ଛୁଆର ପରିଚୟ ଦାବି ନେଇ ଦୀପିକା ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣା ଦେଇଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଦିନେଶ ତାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିବା ଦୀପିକା ଅଭିଯୋଗ କରିଥିଲେ ।

ତେବେ ଏହା ମଧ୍ୟରେ ଆସିଛି ଏକ ନୂଆ ଅପଡେଟ୍ । ଦୀପିକା ୧୦ ଦିନ ଧାରଣା ଦେବା ପରେ ସାମ୍ନାକୁ ଆସିଛନ୍ତି ଦିନେଶ । ସେ କହିଛନ୍ତି, ମୁଁ ଆଇନକୁ ସମ୍ମାନ କରେ । ଆଇନ ଯାହା ନିର୍ଦ୍ଦେଶ ଦେବ ମୁଁ ତାହାକୁ ମାନିବି । ଦୀପିକାଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଦିନେଶଙ୍କୁ ଅନେକ ପ୍ରଶ୍ନ କରିଥିଲେ । ମାତ୍ର ଦିନେଶ ସେସବୁକୁ ଏଡ଼ାଇ ଯାଇଥିଲେ । କୋର୍ଟରେ କେସ ଚାଲିଛି, ସେ ଆଇନ ଅନୁଯାୟୀ ଚାଲିବେ ବୋଲି କହିଥିଲେ ।

ଦୀପିକା-ଦିନେଶଙ୍କ ମଧ୍ୟରେ ପ୍ରଥମେ ଲଭଷ୍ଟୋରି ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଦୀପିକା ଦିନେଶଙ୍କର ଛୁଆର ମାଆ ହୋଇଥିଲେ । ଏହା ମଧ୍ୟରେ ଦିନେଶ ଦୀପିକାଙ୍କଠାର ଦୂରେଇ ଯାଇଥିଲେ । ଏନେଇ ଦୀପିକା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଭୟଙ୍କ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି । ଦିନେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବା ଶୁଣିବା ପରେ ଦୀପିକା ନ୍ୟାୟ ପାଇବା ଦାବିରେ ଦିନେଶଙ୍କ ଘର ଆଗରେ ଧାରଣା ଦେଇଥିଲେ ।

Get real time updates directly on you device, subscribe now.