fbpx
BSKY SKY
BSKY SKY

ରସୁଣ ବିଜ୍ଞାପନରେ ମହିଳା କଲେ କିଛି ଏମିତି, ହେବାକୁ ପଡ଼ିଲା କୃଷକଙ୍କ ଆକ୍ରୋଶର ଶିକାର

BSKY

ଅନେକ ସମୟରେ ବିଜ୍ଞାପନକୁ ନେଇ ଖୁବ୍ ବିରୋଧ ହୋଇଥାଏ । ଆପତ୍ତିଜନକ ବିଜ୍ଞାପନ ପାଇଁ ଅନେକ ସମୟରେ ଘୋର୍ ବିବାଦ ମଧ୍ୟ ଦେଖାଯାଇଛି, ଦେଶ ବିଦେଶ ମଧ୍ୟ ଏଭଳି ଅନେକ ଖବର ସାମ୍ନାକୁ ଆସିଛି । ଗତ କିଛି ଦିନରେ ଯେଉଁଠାରେ ଗୋଟିଏ ପଟେ ଇରାନର ଧର୍ମଗୁରୁମାନେ ଆଇସକ୍ରିମ୍ ଖାଉଥିବା ଜଣେ ମହିଳାଙ୍କ ଏକ ବିଜ୍ଞାପନ ଉପରେ ରୋକ୍ ଲଗାଇଦେଇଥିଲେ ।

ସେହିଭଳି ଏବେ ଦକ୍ଷିଣ କୋରିଆରେ ଏକ ଏଭଳି ବିଜ୍ଞାପନ ସାମ୍ନାକୁ ଆସିଛି ଯାହାକୁ ନେଇ ପୁଣି ବିବାଦ ଦେଖାଦେଇଛି । ଏହି ସବୁ ଘଟିଛି ଜଣେ ମହିଳା ରସୁଣକୁ ନେଇ ବିଜ୍ଞାପନରେ କିଛି ଏଭଳି ଦେଖାଇଛନ୍ତି ଯେ ଯାହାକୁ ନେଇ କୃଷକମାନେ ଉତ୍ତେଜିତ ହୋଇଯାଇଥିଲେ ଏବଂ ସଂଗଠନମାନେ ବିରୋଧ କରିବା ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି ।

ପ୍ରକୃତରେ ଏହି ମାମଲା ଦକ୍ଷିଣ କୋରିଆର । ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୂଯାୟୀ ଏହି ବିଜ୍ଞାପନର ମୁଖ୍ୟ ଉଦ୍ଦେଶ୍ୟ ରସୁଣର କ୍ୱାଲିଟି କହିବାର ଥିଲା । କିନ୍ତୁ ଏବେ ଏହା ଅନ୍ୟ କାରଣକୁ ନେଇ ଚର୍ଚ୍ଚାରେ ରହିଛି । ବିଜ୍ଞାପନରେ ମହିଳା ଏକ ବଡ଼ ଆକାରର ରସୁଣ ସହ ଥିଲେ ଏବଂ ତାଙ୍କୁ ସହ ଜଣେ ବ୍ୟକ୍ତି ମଧ୍ୟ ରହିଛି । ମହିଳାଙ୍କ ଉପରେ ଅଭିଯୋଗ ରହିଛି ଯେ ସେ ଏହି ବିଜ୍ଞାପନ ଦ୍ୱାରା ଅଶ୍ଲୀଳତା ଦର୍ଶାଉଛନ୍ତି ।

ଏହି ବିଜ୍ଞାପନକୁ ରିଲିଜ୍ କରାଯିବାପରେ କୃଷକ ସଂଗଠନ କହିଛନ୍ତି ଯେ ଏହି ବିଜ୍ଞାପନରେ କିଛି ଅଶ୍ଲୀଳ ଶବ୍ଦର ବ୍ୟବହାର ହୋଇଛି, ଏବଂ ଏହା କୃଷିଜାତୀୟ ଉତ୍ପାଦକୁ ଏକ ସେକ୍ସ୍ୟୁଆଲ ଜିନିଷ ଭଳି ଉପସ୍ଥାପିତ କରାଯାଇଛି । ତେବେ ବର୍ତ୍ତମାନ ମାମଲା ଚର୍ଚ୍ଚାକୁ ଆସିବା ପରେ ଏହି ବିଜ୍ଞାପନକୁ । ୟ୍ୟୁଟୁବ୍ ସହ ଅନ୍ୟ ସ୍ଥାନରୁ ହଟାଯାଇଛି ।

Get real time updates directly on you device, subscribe now.