fbpx

ବର୍ତ୍ତମାନ ଦେଶର ମୁଖ୍ୟ ସମସ୍ୟା କ’ଣ, ମୋଦୀ ସରକାରଙ୍କ ସବୁଠାରୁ ବଡ଼ ବିଫଳତା କ’ଣ: ଜାଣନ୍ତୁ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ଦେଶରେ ମହଙ୍ଗା ମାଡ଼ ଦ୍ରୁତ ଗତିରେ ବଢ଼ି ଚାଲିଛି । ବିରୋଧୀ ଦଳ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଦେଶରେ କି ସମସ୍ୟା ରହିଛି ଓ ମୋଦୀ ସରକାରଙ୍କ ବିଫଳତା କ’ଣ । ଏନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ୧.୨୨ ଲକ୍ଷରୁ ଅଧିକ ଲୋକ ନିଜର ମତାମତ ଦେଇଥିଲେ । ଗତ ଫେବୃଆରୀ ମାସରୁ ଅଗଷ୍ଟ ୯ ମଧ୍ୟରେ ଏହି ସର୍ଭେ କରାଯାଇଥିଲା ।

ବର୍ତ୍ତମାନ ଦେଶର ମୁଖ୍ୟ ସମସ୍ୟା କ’ଣ? ୨୭ ପ୍ରତିଶତ ଲୋକ ମହଙ୍ଗା ମାଡ଼, ୨୫ ପ୍ରତିଶତ ଲୋକ ବେରୋଜଗାରୀ, ୭ ପ୍ରତିଶତ ଲୋକ ଗରିବୀଙ୍କୁ ବାଛିଛନ୍ତି । ସେହିପରି ୬ ପ୍ରତିଶତ ଲୋକ ଭ୍ରଷ୍ଟାଚାର, ୬ ପ୍ରତିଶତ କୃଷି ସଙ୍କଟ ଓ ୩ ପ୍ରତିଶତ ଧାର୍ମିକ ଲଢ଼େଇକୁ ମୁଖ୍ୟ ସମସ୍ୟା ଭାବେ ପ୍ରତିପାଦିତ କରିଛନ୍ତି ।

ମୋଦୀ ସରକାରଙ୍କର ସବୁଠାରୁ ବଡ଼ ଚ୍ୟାଲେଞ୍ଜ କ’ଣ? ସରକାରଙ୍କ ସବୁଠାରୁ ବଡ଼ ବିଫଳତା କ’ଣ? ୩୩ ପ୍ରତିଶତ ଲୋକ ମହଙ୍ଗା, ୨୬ ପ୍ରତିଶତ ବେରୋଜଗାରୀ, ୧୦ ପ୍ରତିଶତ ଆର୍ଥିକ ବିକାଶ, ୬ ପ୍ରତିଶତ କୋଭିଡ୍ ମହାମାରୀ ପରିଚାଳନାଗତ ତ୍ରୁଟିକୁ ବାଛିଛନ୍ତି । ୫୬ ପ୍ରତିଶତ ଲୋକ ବେରୋଜଗାରୀକୁ ବହୁତ ଗମ୍ଭୀର ସମସ୍ୟା ଭାବେ ଉପସ୍ଥାପିତ କରିଛନ୍ତି । ସେହିପରି ୧୭ ପ୍ରତିଶତ ବେରୋଜଗାରୀକୁ ଗମ୍ଭୀର ସମସ୍ୟା ମାନିଛନ୍ତି । ୯ ପ୍ରତିଶତ ଲୋକ ସରକାର ଉପରେ ସନ୍ତୁଷ୍ଟ ରହିଥିବା ବେଳେ ୧୮ ପ୍ରତିଶତ ଲୋକ ନିଜର ରାୟ ପ୍ରଦାନ କରିନଥିଲେ ।

Get real time updates directly on you device, subscribe now.