fbpx

ଭଲ ନିଦ ଆପଣଙ୍କ ମୌଳିକ ଅଧିକାର: ଯଦି କିଏ ଶୋଇବାକୁ ରୋକୁଛି ତେବେ ତାଙ୍କ ବିରୋଧରେ କରିପାରିବେ ଅଭିଯୋଗ

Advertisement

ନୂଆଦିଲ୍ଲୀ: ଭଲ ନିଦରେ ଶୋଇବା ମଧ୍ୟ ଆପଣଙ୍କର ଏକ ମୌଳିକ ଅଧିକାର । ଯଦି କେହି ଆପଣଙ୍କୁ ଶୋଇବା ଲାଗି ମନା କରୁଛି ତେବେ ଆପଣ ତାଙ୍କ ବିରୋଧରେ କେସ ବା ଅଭିଯୋଗ କରିପାରିବେ । ରାତିରେ ଭଲଭାବେ ଶୋଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଶୋଇବା ଅଧିକାର ଭାରତ ସମ୍ବିଧାନର ମୌଳିକ ଅଧିକାରରେ ଅନ୍ତର୍ଭୁକ୍ତ । ଭାରତ ସମ୍ବିଧାନର ଅନୁଚ୍ଛେଦ ୨୧ରେ ପ୍ରତ୍ୟେକ ନାଗରିକଙ୍କୁ କୌଣସି ବିଘ୍ନ ବିନା ଶାନ୍ତିରେ ଶୋଇବାର ଅଧିକାର ରହିଛି ।

ଯଦି ସ୍ୱାସ୍ଥ୍ୟ ଜୀବନ ବଞ୍ଚିବାକୁ ସମସ୍ତେ ଚାହୁଁଛନ୍ତି ତେବେ ଭଲ ନିଦରେ ଶୋଇବା ନିହାତି ଆବଶ୍ୟକ । ଏହା ଆମକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଦିନଟିକୁ ଭଲଭାବେ ଆରମ୍ଭ କରିବା ପାଇଁ ସାହାଯ୍ୟ କରିଥାଏ । ରାତିରେ ଭଲ ନିଦ ଆମ ଜୀବନର କ୍ୱାଲିଟିକୁ କେବଳ ବଢାଇ ନଥାଏ, ବରଂ ମସ୍ତିଷ୍କର ଗତିବିଧିକୁ ଉନ୍ନତି କରିଥାଏ । ନିଦ ଯଦି କମ ହୁଏ ତେବେ ଏହା ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ । କେବଳ ଏହି କାରଣ ଲାଗି ସମ୍ବିଧାନ ଏହାକୁ ମୌଳିକ ଅଧିକାରରେ ସାମିଲ କରିଛି ।

ଶୋଇବାର ଅଧିକାର ଧାରା ୨୧ ‘ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତା’ ଅଧୀନରେ ଏକ ମୌଳିକ ଅଧିକାର ଭାବରେ ସ୍ୱୀକୃତ ହୋଇଛି। ଧାରା ୨୧ ଅନୁଯାୟୀ, ଆଇନ ଅନୁଯାୟୀ ସ୍ଥାପିତ ପଦ୍ଧତି ବ୍ୟତୀତ କୌଣସି ବ୍ୟକ୍ତି ତାଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ ହେବେ ନାହିଁ। ୨୦୧୨ ମସିହାରେ ସୁପ୍ରିମକୋର୍ଟ ଦିଲ୍ଲୀରେ ଚାଲିଥିବା ବାବା ରାମଦେବଙ୍କ ରାଲିରେ ଶୋଇଥିବା ଜନତାଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ମାମଲାର ଶୁଣାଣି କରି କହିଥିଲେ ଯେ, ପୋଲିସର କାର୍ଯ୍ୟାନୁଷ୍ଠାନ ମୌଳିକ ଅଧିକାରର ଉଲ୍ଲଂଘନ କରିଛି। ମଣିଷର ଅସ୍ତିତ୍ୱ ଏବଂ ଆବଶ୍ୟକ ସ୍ୱାସ୍ଥ୍ୟ ସନ୍ତୁଳନ ବଜାୟ ରଖିବା ପାଇଁ ଶୋଇବା ଆବଶ୍ୟକ। ତେଣୁ ଶୋଇବା ଏକ ଉପାୟରେ ଏକ ମୌଳିକ ଆବଶ୍ୟକତା। ଏହା ବିନା ଜୀବନର ଅସ୍ତିତ୍ୱ ବିପଦରେ ପଡ଼ିବ। ରିପୋର୍ଟ ଅନୁଯାୟୀ, ନିଦକୁ ଏକ ମୌଳିକ ଅଧିକାର ବୋଲି ବର୍ଣ୍ଣନା କରୁଥିବାବେଳେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

Get real time updates directly on you device, subscribe now.