fbpx

IPL Auction-2024 ଭିତରେ ଡେବ୍ୟୁ କଲେ ରିଙ୍କୁ: ଟି-୨୦ ପରେ ଦିନିକିଆରେ ସାମିଲ

Advertisement

ନୂଆଦିଲ୍ଲୀ: ଆଜି ଦୁବାଇରେ ଆଇପିଏଲ-୨୦୨୪ ନିଲାମ ପ୍ରକ୍ରିୟା ଜାରି ରହିଛି । ଅନ୍ୟ ପକ୍ଷରେ ଆଜି ଦ୍ୱିତୀୟ ଦିନିକିଆରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିବା ଭାରତ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି । ତେବେ ଆଜିର ଏହି ମ୍ୟାଚରେ ଡେବ୍ୟୁ କରିଛନ୍ତି ଭାରତର ଟି-୨୦ ସୁପରଷ୍ଟାର ରିଙ୍କୁ ସିଂହ । ଦଳର ଷ୍ଟାର ପ୍ଲେୟର ଶ୍ରେୟସ ଆୟର ଟେଷ୍ଟ ଟିମ୍ ପାଇଁ ଫେରିଯିବା ପରେ ରିଙ୍କୁ ସିଂହଙ୍କୁ ସୁଯୋଗ ମିଳିଛି ।

ଆଜି ଭାରତ-ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଆଫ୍ରିକା ଅଧିନାୟକ ଏଡେନ୍ ମାର୍କରମ । ତେବେ ଦ୍ୱିତୀୟ ଦିନିକିଆ ପାଇଁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶ୍ରେୟସ ଆୟର ନିଜକୁ ଅନୁପସ୍ଥିତ ରଖିଛନ୍ତି । ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳରେ ସାମିଲ ହୋଇଛନ୍ତି ଶ୍ରେୟସ । ତେଣୁ ଶ୍ରେୟସଙ୍କ ସ୍ଥାନରେ ରିଙ୍କୁ ସିଂହଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ଅଧିନାୟକ କେ.ଏଲ ରାହୁଲ । ଏହି ମ୍ୟାଚରେ ରିଙ୍କୁ ସିଂହ ଦିନିକିଆରେ ପଦାର୍ପଣ କରିଛନ୍ତି । ଟି-୨୦ ସିରିଜରେ ଦମଦାର ବ୍ୟାଟିଂ କରି ସମସ୍ତଙ୍କ ହୃଦୟ ଜିତିଥିବା ବେଳେ ରିଙ୍କୁ ଦିନିକିଆରେ କିଭଳି ପ୍ରଦର୍ଶନ କରିବେ, ତାହା ଉପର ସମସ୍ତଙ୍କ ନଜର ରହିଛି ।

ଦ୍ୱିତୀୟ ଦିନିକିଆରେ ଭାରତର ପ୍ଲେଇଙ୍ଗ-୧୧: କେ.ଏଲ ରାହୁଲ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ସାଇ ସୁଦର୍ଶନ, ତିଲକ ବର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂହ, ଅକ୍ସର ପଟେଲ, ଆଭେଶ ଖାନ୍, କୁଳଦୀପ ଯାଦବ, ମୁକେଶ କୁମାର ।

Get real time updates directly on you device, subscribe now.