fbpx

IPL ୨୦୨୫ରେ ଏହି ଦଳ ପାଇଁ ଖେଳିବେ, ଖୁଳାସା କଲେ ରିଙ୍କୁ ସିଂହ

ନୂଆଦିଲ୍ଲୀ: ୨୦୧୮ରେ ଆଇପିଏଲ୍ ଡେବ୍ୟୁ କରିଥିଲେ ରିଙ୍କୁ ସିଂହ । ସେବେଠାରୁ ସେ କୋଲକାତା ନାଇଟ୍ ରାଇଡର୍ସ(KKR) ଦଳ ସହ ଜଡ଼ିତ । ବର୍ତ୍ତମାନ ଆଇପିଏଲ ୨୦୨୫ ପୁର୍ବରୁ ମେଗା ଅକ୍ସନ ହେବାକୁ ଯାଉଛି ଯେଉଁଥିରେ KKR କେବଳ କିଛି ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇପାରିବ । ଏଥିମଧ୍ୟରେ ରିଙ୍କୁ ସିଂହ ଦଳରେ ରହିବା ନେଇ ଆଶଙ୍କା ଦେଖାଦେଇଛି । ସେ KKRରୁ ଅଲଗା ହେବା ନେଇ ଚର୍ଚ୍ଚା ହେଉଛି । ବର୍ତ୍ତମାନ ରିଙ୍କୁ ସିଂହ ନିଜେ ଏହି କଥାର ଖୁଲାସା କରିଛନ୍ତି କି ସେ କେଉଁ ଟିମରେ ସାମିଲ ହେବାକୁ ଚାହିଁବେ ?

ରିପୋର୍ଟରୁ ପ୍ରକାଶ କି KKR ରିଙ୍କୁ ସିଂହଙ୍କୁ ଦଳରେ ସାମିଲ ନକଲେ ସେ ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) ପାଇଁ ଖେଳିବାକୁ ଚାହିଁବେ । କହିରଖୁଛୁ ବର୍ତ୍ତମାନ ପର୍ଯ୍ୟନ୍ତ RCB କୌଣସି ଆଇପିଏଲ ଟ୍ରଫି ଜିତିପାରି ନାହିଁ । ତଥାପି ଅନେକ ଖେଳାଳି ଏହି ଦଳ ପାଇଁ ଖେଳିବାକୁ ପସନ୍ଦ କରିଥାନ୍ତି । ୨୦୧୮ରେ KKR ରିଙ୍କୁ ସିଂହଙ୍କୁ ୮୦ ଲକ୍ଷ ଟଙ୍କାରେ କିଣିଥିଲା । ଏହା ପରେ ସେ କ୍ରମାଗତ ଦଳର ଅଂଶ ରହିଆସିଛନ୍ତି । ୨୦୨୨ ମେଗା ଅକ୍ସନରେ ରିଙ୍କୁ ସିଂହଙ୍କୁ KKR ୫୫ ଲକ୍ଷ ଟଙ୍କାରେ କିଣିଥିଲା । ତେବେ ଏହା ତ ସମୟ ହିଁ କହିବ କି ଆଇପିଏଲ ୨୦୨୫ରେ KKR ରିଙ୍କୁ ସିଂହଙ୍କୁ ଦଳରେ ସାମିଲ କରିବ କି ନାହିଁ ।

ବର୍ତ୍ତମାନ ପର୍ଯ୍ୟନ୍ତ ରିଙ୍କୁ ସିଂହ ୪୫ଟି ଆଇପିଏଲ ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚରେ ସେ ୪୦ ଇନିଂସରେ ୩୦.୭୯ ଆଭରେଜ ଏବଂ ୧୪୩.୩୪ ଷ୍ଟ୍ରାଇକ୍ ରେଟରେ ୮୯୩ ରନ୍ କରିବାରେ ସଫଳ ହୋଇଛନ୍ତି । ଏହା ବାଦ ସେ ୪ଟି ଅର୍ଦ୍ଧଶତକ ମଧ୍ୟ କରିଛନ୍ତି ।

 

Get real time updates directly on you device, subscribe now.