Team Indiaରୁ ବାଦ୍ ପଡ଼ିବେ ଋଷଭ! ଦ୍ୱିତୀୟ ଟେଷ୍ଟ ପାଇଁ ବଡ଼ ନିଷ୍ପତ୍ତି ନେଇପାରନ୍ତି ଗୌତମ ଗମ୍ଭୀର: କାହାକୁ ମିଳିବ ସୁଯୋଗ?

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ହାତଛଡ଼ା କରିଛି ଟିମ ଇଣ୍ଡିଆ । ସିରିଜର ପ୍ରଥମ ମ୍ୟାଚ୍ ପରାଜୟ ପରେ ଭାରତ ୧-୦ରେ ପଛରେ ରହିଛି । କିନ୍ତୁ ଟିମ ଇଣ୍ଡିଆ ପାଇଁ ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛନ୍ତି ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ଦ୍ୱିତୀୟ ମ୍ୟାଚରେ ତାଙ୍କୁ ଦଳରେ ସାମିଲ କରିବା ନେଇ ଦ୍ୱନ୍ଦ୍ୱରେ ପଡ଼ିଛି ଟିମ ଇଣ୍ଡିଆ । ପରବର୍ତ୍ତୀ ମ୍ୟାଚ୍ ପୂର୍ବରୁ ଭାରତ ଏକ ବଡ଼ ନିଷ୍ପତ୍ତି ନେବ ବୋଲି ଅନୁମାନ କରୁଛି । ଋଷଭ ପନ୍ତଙ୍କୁ ଏହି ଦଳରୁ ବାଦ୍ ଦେଇପାରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ । ସେପଟେ ସିରିଜରେ ଅଚାନକ ୱାଶିଂଟନ ସୁନ୍ଦରଙ୍କ ଏଣ୍ଟ୍ରି ଏହି ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛି ।

ଟିମ ଇଣ୍ଡିଆ ଏବଂ ରୋହିତଙ୍କ ପାଇଁ ବଡ଼ ଚିନ୍ତା ପାଲଟିଛି ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା । ପ୍ରଥମ ଇନିଂସରେ ଜାଡେଜାଙ୍କ ଏକ ବଲ୍ ଗୋଡ଼ରେ ବାଜିବାରୁ ଆହତ ହୋଇ ପାଭିଲିୟନ୍ ଫେରିଥିଲେ ଋଷଭ । ଏହାପରେ ତାଙ୍କ ବ୍ୟାଟିଂ କରିବାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସେ ମଇଦାନକୁ କମବ୍ୟାକ କରିଥିଲେ । ଦ୍ୱିତୀୟ ଇନିଂସରେ ପଡ଼ିଆକୁ ଫେରି ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ସରଫରାଜ ଖାନଙ୍କ ସହ ମିଶି ଦମଦାର ଭାଗିଦାରୀ କରିଥିବା ବେଳେ ବ୍ୟକ୍ତିଗତ ଭାବରେ ୯୯ ରନ୍ କରିଥିଲେ ଋଷଭ । ଟିମ ଇଣ୍ଡିଆ ପାଇଁ ଏଭଳି ଏକ ମହତ୍ତ୍ୱପୂଣ୍ଣଁ ଇନିଂସ ଖେଳିଥିଲେ ମଧ୍ୟ ମାତ୍ର ୧ ରନରେ ଶତକରୁ ସେ ବଞ୍ଚିତ ହୋଇଥିଲେ । ତେବେ ଋଷଭ ବ୍ୟାଟିଂ କରିବା ପରେ ଫ୍ୟାନ୍ସମାନଙ୍କ ପାଇଁ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ବ୍ୟାଟିଂ ପରେ ଦ୍ୱିତୀୟ ଇନିଂସରେ ଫିଲ୍ଡିଂ କରିବାକୁ ଆସି ନଥିଲେ ପନ୍ତ । ଆହତ ସମସ୍ୟା ଯୋଗୁଁ ତାଙ୍କ ସ୍ଥାନରେ ଦ୍ରୁବ ଜୁରେଲ ୱିକେଟ କିପିଙ୍ଗ କରିଥିଲେ ।

ଏହି ଆହତ ସମସ୍ୟା ଯୋଗୁଁ ଦ୍ୱିତୀୟ ଟେଷ୍ଟରେ ଋଷଭଙ୍କ ଖେଳିବା ନେଇ ପ୍ରଶ୍ନ ଉଠୁଛି । ବ୍ୟାଟିଂ ପରେ ଶେଷ ଦିନରେ ଫିଲ୍ଡିଂ ନ କରିବା ତାଙ୍କ ଆହତ ସମସ୍ୟା ଏବଂ ପରବର୍ତ୍ତୀ ମ୍ୟାଚରେ ଅନୁପସ୍ଥିତିକୁ ନେଇ ସଂକେତ ଦେଉଛି । ଏହାପରେ ଗତକାଲି ଭାରତୀୟ ଦଳରେ ଅଚାନକ ୱାଶିଂଟନ୍ ସୁନ୍ଦରଙ୍କ ଏଣ୍ଟ୍ରି ଏହି ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଉଛି । ତେବେ ଏନେଇ ଟିମ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ । ଋଷଭ ଭାରତ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ଏବଂ ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଥିବା ବେଳେ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ଖେଳିପାରେ ଟିମ ଇଣ୍ଡିଆ । ତେଣୁ ଋଷଭଙ୍କ ଆହତ ନେଇ ରିସ୍କ ନେବାକୁ ଚାହିଁବନି ଟିମ ଇଣ୍ଡିଆ । ତେଣୁ ଦ୍ୱିତୀୟ ଟେଷ୍ଟରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଇପାରେ ।

ଋଷଭ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ତାଙ୍କ ସ୍ଥାନରେ କେ.ଏଲ ରାହୁଲଙ୍କୁ ୱିକେଟ କିପିଙ୍ଗ ଦାୟିତ୍ୱ ଦିଆଯାଇପାରେ । ଏହାବ୍ୟତୀତ ପ୍ଲେଇଙ୍ଗ-୧୧ରେ ଶୁଭମନ ଗିଲଙ୍କୁ ସୁଯୋଗ ମିଳିବା ଏକପ୍ରକାର ସୁନିଶ୍ଚିତ । ତେଣୁ ଋଷଭଙ୍କ ସ୍ଥାନରେ ଗିଲଙ୍କୁ ଦଳରେ ସାମିଲ କରି ରାହୁଲଙ୍କୁ ୱିକେଟ କିପର ଭାବରେ ଦଳରେ ସାମିଲ କରିପାରନ୍ତି କୋଚ୍ ଗୌତମ ଗମ୍ଭୀର । ତେବେ ଦ୍ରୁବ ଜୁରେଲଙ୍କୁ ଏହି ମ୍ୟାଚରେ ସୁଯୋଗ ମିଳିବାର ସମ୍ଭାବନା କମ୍ ବୋଲି କୁହାଯାଇପାରେ । ତେବେ ଯଦି ଋଷଭ ଦ୍ୱିତୀୟ ମ୍ୟାଚ୍ ପାଇଁ ଫିଟ୍ ରୁହନ୍ତି, ତେବେ କେ.ଏଲ ରାହୁଲଙ୍କୁ ବାଦ୍ ଦେଇ ଶୁଭମନ ଗିଲଙ୍କୁ ଦଳରେ ସାମିଲ କରିବା ଉପରେ ବିଚାର କରାଯାଇପାରେ ।

Get real time updates directly on you device, subscribe now.