ଋଷଭ ପନ୍ତ ହରାଇଲେ ୬୬ ଲକ୍ଷ ଟଙ୍କା, ଆଇପିଏଲ ୨୦୨୫ରେ ଏହି କାରଣରୁ ହେଲା ବଡ଼ କ୍ଷତି

୬୬ ଲକ୍ଷ ଟଙ୍କା ହରାଇଲେ ଋଷଭ ପନ୍ତ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜିଆଣ୍ଟଓର କ୍ୟାପ୍ଟେନ ଋଷଭ ମନ୍ତଙ୍କୁ ଆଇପିଏଲ ୨୦୨୫ରେ ୬୬ ଲକ୍ଷ ଟଙ୍କା କ୍ଷତି ଘଟିଛି। ଏହି କ୍ଷତି ସେ ଜରିମାନା ଭାବେ ଦେବେ।

୨୭ ମେରେ ଆରସିବି ବିପକ୍ଷରେ ଖେଳୁଥିବା ମୁକାବିଲା ପରେ ଋଷଭ ପନ୍ତଙ୍କୁ ଆଇପିଏଲ କୋଡ ଅଫ କଣ୍ଡକ୍ଟର ଦୋଷୀ ଭାବେ ଜରିମାନା ଲଗାଯାଇଛି। ତାଙ୍କୁ ଏବଂ ତାଙ୍କ ଟିମ ଏଲଏସଜିକୁ ସ୍ଲୋ ଓଭର ରେଟର ଦୋଷୀ ବୋଲି କୁହାଯାଇଛି। ଏହି ସିଜନରେ ଏହା ତୃତୀୟ ଥର ଘଟିଛି।

ଋଷଭ ପନ୍ତଙ୍କ ଉପରେ କେମିତି ଲାଗିଲା ଜରିମାନା: ଋଷଭ ପନ୍ତଙ୍କୁ ତୃତୀୟ ପାଳିରେ ସ୍ଲୋ ଓଭର ରେଟର ଅଭିଯୁକ୍ତ ଭାବେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଅନ୍ୟ ୩୬ ଲକ୍ଷର ଜରିମାନା ସେ ପୂର୍ବରୁ ହିଁ ଏହି ଭୁଲ ପାଇଁ ଜରିମାନା ଦେଇସାରିଛନ୍ତି।

ଆଇପିଏଲ ୨୦୨୫ରେ ଋଷଭ ପନ୍ତ ପ୍ରଥମ ଥର ସ୍ଲୋ ଓଭର ରେଟର ଅଭିଯୁକ୍ତ ଭାବେ ୫ ଅପ୍ରେଲରେ ମୁମ୍ବାଇ ଇଣ୍ଡିୟନ୍ସ ବିପକ୍ଷରେ ଖେଳୁଥିବା ମ୍ୟାଚରେ ମିଳିଥିଲା। ଏହି ସମୟରେ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିଲା।

ଏହାପରେ ୨୭ ଅପ୍ରେଲରେ ଋଷଭ ଙ୍କ ଉପରେ ସ୍ଲୋ ଓଭର ରେଟ ପାଇଁ ଲଗାଯାଇଥିଲା। ଏଥିରେ ତାଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିଲା।

ଏଲଏସଜିର କ୍ୟାପ୍ଟେନ ଋଷଭ ପନ୍ତ ଆଇପିଏଲ ୨୦୨୫ରେ ନିଜ ଟିମ ପାଇଁ ୩ଥର ସ୍ଲୋ ଓଭର ରେଟର ଦୋଷୀ ହୋଇ ସମୁଦାୟ ୬୬ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିଛି।