fbpx

ଫେରିଲେ ଋଷଭ-ବୁମରାହ, ନାହାନ୍ତି ଇଶାନ୍ କିଶାନ୍… ରୋହିତଙ୍କ ନତେୃତ୍ୱରେ ବାଂଲାଦେଶ ସହ ଲଢିବ ଏହି ଦଳ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଯାଇଛି । ଏହି ସିରିଜରେ ଦୀର୍ଗ ୨ ବର୍ଷ ପରେ ଟିମ ଇଣ୍ଡିଆକୁ କମବ୍ୟାକ କରିଛନ୍ତି ଷ୍ଟାର ୱିକେଟ କିପର ଋଷଭ ପନ୍ତ । ଟି-୨୦ ଏବଂ ଦିନିକିଆ ପରେ ଟେଷ୍ଟ କ୍ରିକେଟରେ ମଧ୍ୟ ସେ ନିଜ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଏହାବ୍ୟତୀତ ରୋହିତ ଶର୍ମାଙ୍କ ଏହି ସେନାରେ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ମଧ୍ୟ ସାମିଲ ହୋଇଛନ୍ତି । ଏହାବ୍ୟତୀତ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ଟିମ ଇଣ୍ଡିଆ ।

ଆସନ୍ତା ସେପ୍ଟମ୍ବର ୧୯ ତାରିଖରୁ ବାଂଲାଦେଶ ବିପକ୍ଷରେ ୨ଟି ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଚୟନ କମିଟି ଦଳ ଘୋଷଣା କରିସାରିଛି । ଦଳର ନେତୃତ୍ୱ ରୋହିତଙ୍କ ହାତରେ ରହିଥିବା ବେଳେ ଷ୍ଟାର ୱିକେଟ କିପର ଋଷଭ ପନ୍ତ ଦୀର୍ଘ ଦିନ ପରେ ଧଳା ଜର୍ସିରେ କମବ୍ୟାକ କରିବେ । ଏହାବ୍ୟତୀତ ଟେଷ୍ଟ ଦଳକୁ  ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରାହ, ଆକାଶ ଦୀପ ଏବଂ ୟଶ ଦୟାଲ ମଧ୍ୟ ଦଳକୁ କମବ୍ୟାକ କରୁଛନ୍ତି । ତେବେ କେ.ଏଲ ରାହୁଲ ଏବଂ ଧ୍ରୁବ ଜୁରେଲଙ୍କୁ ମଧ୍ୟ ବାଂଲାଦେଶ ବିପକ୍ଷରେ ସାମିଲ କରାଯାଇଛି । କିନ୍ତୁ ଏହି ସିରିଜର ପ୍ରଥମ ମ୍ୟାଚରେ ପୁଣିଥରେ ନିରାଶ ହୋଇଛନ୍ତି ଇଶାନ୍ କିଶାନ୍ ଏବଂ ଶ୍ରେୟସ ଆୟର । ଏହି ଦଳରେ ଉଭୟ ଖେଳାଳିଙ୍କୁ ବାଦ୍ ଦିଆଯାଇଛି ।

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ୟଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, କେ.ଏଲ ରାହୁଲ, ସରଫରାଜ ଖାନ୍, ଋଷଭ ପନ୍ତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ଆକାଶଦୀପ, ଜଶପ୍ରୀତ ବୁମରାହ ଏବଂ ୟଶ ଦୟାଲ ।

Get real time updates directly on you device, subscribe now.