fbpx

(Video) କାନପୁର ଟେଷ୍ଟରେ Bowling କରିବେ ଋଷଭ! ବ୍ୟାଟିଂରେ ଶତକ ପରେ ବୋଲିଂରେ କରିବେ କମାଲ…

ନୂଆଦିଲ୍ଲୀ: କାନପୁର ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ ଉପରେ କବଜା କରିବାକୁ ଲକ୍ଷ୍ୟ କରିଛି । ସେହିପରି ବାଂଲାଦେଶ ମ୍ୟାଚ୍ ଜିତିବା ସହ ସିରିଜ ବରାବର କରିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ । ତେବେ ଏହି ମ୍ୟାଚରେ ସ୍ପିନ ବୋଲିଂ ଉପରେ ଫୋକସ୍ କରିପାରନ୍ତି ଉଭୟ ଦଳ । ତେବେ ଏହି ମ୍ୟାଚରେ ରୋହିତଙ୍କ ପାଇଁ ଚତୁର୍ଥ ସ୍ପିନ୍ ବୋଲିଂ ବିକଳ୍ପ ସାଜି ପାରନ୍ତି ଷ୍ଟାର ୱିକେଟ କିପର ଋଷଭ ପନ୍ତ ।

କାନପୁର ଟେଷ୍ଟ ଭାରତ-ବାଂଲାଦେଶ ଉଭୟ ଦଳ ପାଇଁ ମହତ୍ତ୍ୱପୂର୍ଣ୍ଣ ରହିଛି । ରୋହିତଙ୍କ ପାଖରେ ଅଶ୍ୱୀନ ଏବଂ ଜାଡେଜା ସ୍ପିନ୍ ବୋଲିଂ ଯୋଡ଼ି ରହିଥିବା ବେଳେ କୁଳଦୀପ ଯାଦବଙ୍କୁ ଦ୍ୱିତୀୟ ମ୍ୟାଚରେ ସୁଯୋଗ ମିଳିପାରେ । ଏହାବ୍ୟତୀତ ଦଳ ପାଇଁ ଚତୁର୍ଥ ସ୍ପିନ୍ ବୋଲିଂ ବିକଳ୍ପ ଭାବରେ ସ୍ଥାନ ପାଇପାରନ୍ତି ଷ୍ଟାର ୱିକେଟକିପର ଋଷଭ ପନ୍ତ । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆ କାନପୁରରେ ଖୁବ ଅଭ୍ୟାସ କରିଛି । ଏହି ସମୟରେ ଋଷଭ ପନ୍ତ ନେଟ୍ ସେସନରେ ‘ଲେଗ୍ ସ୍ପିନ୍’ ବୋଲିଂ କରୁଥିବାର ଦେଖାଯାଇଛି । ବାମହାତୀ ବ୍ୟାଟର ନେଟରେ ଡାହାଣ ହାତରେ ସାଥୀ ଖେଳାଳି ଶୁଭମନ ଗିଲଙ୍କୁ ବୋଲିଂ କରୁଥିବାର ଭିଡିଓ ଦେଖିବାକୁ ମିଳିଛି । ତେଣୁ ସେ ଦ୍ୱିତୀୟ ଟେଷ୍ଟରେ ଚତୁର୍ଥ ସ୍ପିନ୍ ବିକଳ୍ପ ଭାବରେ କିଛି ଓଭର ବୋଲିଂ କରିବେ ବୋଲି ଆଶା କରାଯାଉଛି । ତେବେ ତାଙ୍କ ସ୍ଥାନରେ କେ.ଏଲ ରାହୁଲ ୱିକେଟ କିପର ଭାବରେ ଦାୟିତ୍ୱ ନେଇପାରନ୍ତି ।

ଆସନ୍ତାକାଲି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଅଧିନାୟକ ରୋହିତ ଦଳରେ କିଛି ପରିବର୍ତ୍ତନ କରିପାରନ୍ତି । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମ ସ୍ପିନ୍ ବୋଲରଙ୍କୁ ବେଶ୍ ସୁହାଇଥାଏ । ଏଠାରେ ସ୍ପିନ୍ ବୋଲିରଙ୍କ ରେକର୍ଡ ଖୁବ ସୁନ୍ଦର ରହିଛି । ତେଣୁ ଟିମ ଇଣ୍ଡିଆ ପେସ୍ ବୋଲରଙ୍କ ଅପେକ୍ଷା ଅଧିନ ସ୍ପିନ୍ ବୋଲିଂ ବିକଳ୍ପ ସହ ମଇଦାନକୁ ଫେରିପାରେ । କାନପୁର ଗ୍ରାଉଣ୍ଡରେ ସ୍ପିନ ବୋଲିଂ ଉପରେ ଗୁରୁତ୍ୱ ଦେଇପାରନ୍ତି ରୋହିତ ଏବଂ କୋଚ୍ ଗୌତମ ଗମ୍ଭୀର । ତେଣୁ ଅଶ୍ୱୀନ-ଜାଡେଜାଙ୍କ ପରେ କୁଳଦୀପଙ୍କୁ ଦଳରେ ସାମିଲ କରିବା ସହ ଋଷଭଙ୍କୁ ବ୍ୟାଟର ଭାବରେ ଦଳରେ ସାମିଲ କରାଯାଇପାରେ । ଏହାପୂର୍ବରୁ ଋଷଭ ଦିଲ୍ଲୀ ପ୍ରିମିୟର ଲିଗରେ ବୋଲିଂ କରୁଥିବାର ମଧ୍ୟ ଦେଖାଯାଇଛି ।

Get real time updates directly on you device, subscribe now.