fbpx

ରୁଷି ସୁନକ ଭାରତ ଏବଂ ଚୀନ ପାଇଁ କହିଲେ ଏହି କଥା , ଖବର ଜଣଙ୍କ ପାଇଁ ଖୁସି ହେଲେ ଅନ୍ୟ ପାଇଁ ଦୁଃଖ

ଲଣ୍ଡନ: ରୁଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ନିଜର ପ୍ରମୁଖ ସମ୍ବୋଧନରେ ଚୀନ ସରକାରଙ୍କୁ ଦର୍ପଣ ଦେଖାଇଛନ୍ତି । ଚୀନରେ ବଢୁଥିବା ବିକ୍ଷୋଭକୁ ବ୍ରିଟେନର ମୂଲ୍ୟ ଏବଂ ତାର ହିତ ପାଇଁ ଏକ ବଡ଼ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଚୀନ ସହିତ ବ୍ରିଟେନର ସୁନା ଯୁଗ ଏଇଠି ଶେଷ ହୋଇଯାଇଛି । ସୁନକ ଲଣ୍ଡନର ଲର୍ଡ ମେୟର,ବ୍ୟାକ୍ୱେଟଙ୍କ ଦ୍ୱାରା କହିଛନ୍ତି ଯେ, ବ୍ରିଟେନ, ଚୀନ ପରି ବିଶ୍ୱ ପ୍ରତିଯୋଗୀ ଦେଶ ବିପକ୍ଷରେ ଠିଆ ହେବ । ଏହା କେବଳ କଥିତ ଆକାରରେ ନୁହେଁ ଏହା କାର୍ଯ୍ୟକାରୀ ମଧ୍ୟ ହେବ । ଏହାପାଇଁ ବ୍ରିଟେନ ସହ ସମାନ ବିଚାରଧାରା ନିଜର ସହଯୋଗୀ ଦେଶ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ଜାପାନ ଏହି ପ୍ରସ୍ତାବରେ ଯୋଗ ଦେବେ ।

ରୁଷି ସୁନକ କହିଛନ୍ତି, ଚୀନ କେବଳ ଆମ ମୂଲ୍ୟ ଏବଂ ହିତ ପାଇଁ ବଡ ଆହ୍ୱାନ, ଯାହା ଚୀନର ବିକ୍ଷୋଭ ସହ ଦିନକୁ ଦିନ ବଢିବାରେ ଲାଗିଛି । ଚୀନର ଜିରୋ କୋଭିଡ଼ ରଣନୀତି ବିରୁଦ୍ଧରେ, ଲୋକଙ୍କ ପ୍ରଦର୍ଶନୀକୁ ପ୍ରତିକ୍ରିୟା ଦେଇ ସୁନକ କହିଛନ୍ତି ଯେ, ଚୀନ ସରାକାର ପ୍ରଦର୍ଶନୀରେ ଲୋକ ମାନଙ୍କ କଥା ଶୁଣିବା ବଦଳରେ ତାଙ୍କୁ ଦବାଇବା ପାଇଁ ଚେଷ୍ଟା କରୁଛି ।

ଏହି ସମୟରେ ବ୍ରିଟେନ ଭାରତ ସହ ଫ୍ରି ଟ୍ରେଣ୍ଡ ଭଳି ଏକ ନୂଆ ଡିଲ କରିବାକୁ ଯାଉଛି । ସେ କହିଛନ୍ତି ଯେ, ବ୍ରିଟେନ ଭାରତ ସହ ଏହି ଡ଼ିଲ ଖୁବ ଶିଘ୍ର ଆରମ୍ଭ କରିବାକୁ ଯାଉଛି । ଏହାସହ ଏଭଳି ଏକ ଚୁକ୍ତି ଇଣ୍ଡୋନେସିଆ ସହ ମଧ୍ୟ ହେବ । ହିନ୍ଦୁ ପ୍ରଶାନ୍ତ କ୍ଷେତ୍ର ସହିତ ସମ୍ବନ୍ଧ ବଢାଇବାକୁ ଚାହୁଁଛନ୍ତି ସୁନକ । ସେଥିପାଇଁ ସେ ଭାରତରେ ଏଫଟିଏ ଆଣିବାକୁ ବିଚାର କରୁଛନ୍ତି ।

ସୁନକ କହିଛନ୍ତି ଯେ, ମୋ ଜେଜେ ବାପା ଓ ଜେଜେ ମା ପୂର୍ବ ଆଫ୍ରିକା ଏବଂ ଭାରତୀୟ ଉପମହାଦ୍ୱୀପ ଜରିଆରେ ବ୍ରିଟେନରେ ଆସି ରହିଥିଲେ । କହିବାକୁ ଗଲେ ହଙ୍ଗକଙ୍ଗ, ଆଫଗାନିସ୍ଥାନ ଏବଂ ହଜାର ହଜାର ଲୋକଙ୍କୁ ବ୍ରିଟେନ ସ୍ୱାଗତ କରିଛି । ବ୍ରିଟେନ ଏପରି ଏକ ଦେଶ ଯିଏ ଆମ ମୂଲ୍ୟ ସହିତ ଠିଆ ହୋଇଛି ।

Get real time updates directly on you device, subscribe now.