fbpx

(Video) ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍: କିନ୍ତୁ ମୋବାଇଲ ଫୋନରେ କଥା ହେବା ଛାଡ଼ିଲେନି, ଦେଖନ୍ତୁ Video

ସୋସିଆଲ ମିଡିଆରେ ବେଳେବେଳେ କିଛି ଛାତିଥରା ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ୟୁଜର୍ସଙ୍କର ବି ଲୋମ ଟାଙ୍କୁରି ଯାଏ । ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସୋସିଆଲ ମିଡିଆ ୟୁଜର୍ସଙ୍କୁ ଦୋହଲାଇ ଦେଇଛି । ଏହି ଭିଡିଓକୁ ଦେଖି ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ ।

ସାଧାରଣତଃ ରେଲୱେ କ୍ରସିଂ ଅତିକ୍ରମ କରୁଥିବା ବେଳେ ତରବର ହୋଇ ବା ଟ୍ରେନରୁ ବାହାରକୁ ଆସିବା ବେଳେ ଲୋକମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି । ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ଚଳନ୍ତା ଟ୍ରେନ ତଳେ ଶୋଇଥିବା ଦେଖିବାକୁ ମିଳିଛି ।

ଅବଶ୍ୟ ଟ୍ରେନ୍ ଚାଲିଯିବା ପରେ ମହିଳା ଜଣକ ଉଠି ଠିଆ ହୋଇଥିଲେ । ଏହି ସମୟରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ମହିଳା ଜଣକ ଚଳନ୍ତା ଟ୍ରେନରୁ ବାହାରକୁ ଆସିବା ପରେ ଡରିବା ପରିବର୍ତ୍ତେ ମୋବାଇଲରେ କଥା ହେଉଥିବା ନଜର ଆସିଛନ୍ତି । ସେ ଟ୍ରାକରୁ ଉଠିବା ପରେ ମୋବାଇଲରେ ହିଁ କଥା ହେବାରେ ଲାଗିଲେ । ଏହା ଦେଖି ୟୁଜର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଭିଡିଓରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.