fbpx

ପଦ୍ମପୁରରେ ମୁଖ୍ୟ ନିର୍ବାଚନ ଅଧିକାରୀ,ଆଚରଣ ବିଧି ଉଲଙ୍ଘନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ

ପଦ୍ମପୁର:ନିର୍ବାଚନୀ ପ୍ରଚାରରେ କମ୍ପୁଛି ପଦ୍ମପୁର । ଆଗାମୀ ୫ତାରିଖରେ ପଦ୍ମପୁର ଉପନିର୍ବାଚନ ଥିବାରୁ ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଏହା ସହିତ ନିର୍ବାଚନ ଅଧିକାରୀ ବରଗଡ ଜିଲ୍ଳାପାଳଙ୍କ ସହିତ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ଏବଂ ସମୀକ୍ଷା କରିଛନ୍ତି ।ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ ପଦ୍ମପୁର ଧାତେଇବା ପାଇଁ ୩ ପ୍ରମୁଖ ଦଳ ଜୋରସୋର ପ୍ରସ୍ତୁତି କରୁଛି । ଏହା ସହିତ ଭୋଟ ହାତେଇବ ପାଇଁ ଦାଣ୍ଡକୁ ଦାଣ୍ଡ ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ସେପଟେ ପଦ୍ମପୁର ଉପନିର୍ବାଚନ ବେଳେ ଗୋଟିଏ ଦିନରେ ଗୋଟିଏ ପଟେ କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ ହୋଇଥିବା ବେଳେ ଅନ୍ୟପଟେ ଜିଏସଟି ଚଢ଼ାଉକୁ ଦେଖିଲେ ଉଭୟ ବିଜେଡି ବିଜେପି ମୁହାଁମୁହିଁ ପରିସ୍ଥିତିକୁ ଓହ୍ଲାଇଥିବା ସାଧାରଣରେ ଆଲୋଚନା ହେଉଛି । ଏହା ପଦ୍ମପୁର ରାଜନୀତିର ପାଣିପାଗକୁ ଆହୁରି ଚଳଚଞ୍ଚଳ କରିଛି। ସୂଚନା ମୁତାବକ ଆଇଟି ଏବଂ ଜିଏସଟି  ରେଡ୍ ପ୍ରତିବାଦରେ ମଙ୍ଗଳବାର ପଦ୍ମପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବଣିକ ସଂଘ। ତେଣୁ ପଦ୍ମପୁରରେ ଆଜି ଦୋକାନ ବଜାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିଛି।

Get real time updates directly on you device, subscribe now.