fbpx

କୋରାପୁଟରେ ଓଲଟିଲା ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର

କୋରାପୁଟ(ଓଡ଼ିଶା ଭାସ୍କର): ସୁଙ୍କି-ପଟାଙ୍ଗି ରାସ୍ତାରେ ଓଲଟିପଡ଼ିଛି ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର । ଘାଟି ରାସ୍ତାରେ ରାଜଗୁଡ଼ା ନିକଟରେ ଟ୍ୟାଙ୍କରଟି ଓଲଟି ପଡ଼ିଥିବା ଜଣାପଡିଛି । ବିଶାଖାପାଟଣାରୁ ରାୟପୁର ଯିବା ବାଟରେ ଏଭଳି ଅଘଟଣ ଘଟିଛି ।

ଏହା ସହ ଓଲଟିପଡ଼ିଥିବା ଟ୍ୟାଙ୍କରରୁ ଅଳ୍ପ ଅଳ୍ପ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଅଘଟଣ ଟାଳିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ପାଣି ସ୍ପ୍ରେ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ଯାତାୟତ ବନ୍ଦ କରାଯାଇଛି ।

Get real time updates directly on you device, subscribe now.