fbpx

ଟି-୨୦ ଦଳରୁ ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କୁ ଛୁଟି ! ଦିନିକିଆ ଏବଂ ଟେଷ୍ଟ ଉପରେ କରିବେ ଫୋକସ୍

ନୂଆଦିଲ୍ଲୀ: ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କୁ ବୋଧହୁଏ ଚଳିତ ବର୍ଷ ଟି-୨୦ ଖେଳିଥିବା ଦେଖିବାକୁ ପାଇବା। ଆସନ୍ତା ବର୍ଷ ଭାରତରେ ବିଶ୍ଵ କପ୍ ୨୦୨୩ ଖେଳାଯିବ। ଏହା ପୂର୍ବରୁ ପାଖାପାଖି ଛଅଟି ଟି-୨୦ ମ୍ୟାଚ୍ ଖେଳାଯିବ। ଆଉ ଏଥିରେ ପ୍ରାୟତଃ ସେହି ଦଳ ନଜର ଆସିବେ ଯେଉଁ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳିଥିଲେ। ଏହା ପଛର କାରଣ ବରିଷ୍ଠ ଖେଳାଳିଙ୍କୁ ଦିନିକିଆ ଏବଂ ଟେଷ୍ଟରେ ଫୋକସ୍ କରିବାକୁ କୁହାଯାଇଛି।

ପିଟିଆଇର ରିପୋର୍ଟ ଅନୁଯାୟୀ, ୨୦୨୩ରେ ବରିଷ୍ଠ ଖେଳାଳିଙ୍କୁ ଦିନିକିଆ ଏବଂ  ଟେଷ୍ଟ କ୍ରିକେଟ୍ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ କୁହାଯାଇଛି। କାରଣ ୨୦୨୩ରେ ଦିନିକିଆ ବିଶ୍ଵ କପ୍ ଭାରତରେ ଖେଳାଯିବ ଏବଂ ସେହି ବର୍ଷ ହିଁ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହେଲେ ଏହା ପୂର୍ବରୁ ଭାରତୀୟ ଦଳକୁ କ୍ଵାଲିଫାଇ କରିବାକୁ ପଡିବ। ଏହା ତେବେ ସମ୍ଭବ ଯେବେ ସମସ୍ତ ବରିଷ୍ଠ ଖେଳାଳି ଟେଷ୍ଟ କ୍ରିକେଟ୍ ପାଇଁ ଉପଲବ୍ଧ ଥିବେ।

ସୂଚନାଯୋଗ୍ୟ, ଟି-୨୦ ବିଶ୍ଵ କପ୍ ୨୦୨୨ ଅଭିଯାନ ସମୟରେ ଅନେକ ଖେଳାଳିଙ୍କ ଫିଟନେସ୍ ଏବଂ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିଥିଲା। ଅଧିକାଂଶ ଦଳକୁ ଇଂଲଣ୍ଡର ଆକ୍ରମଣାତ୍ମକ ଆଭିମୁଖ୍ୟରୁ ଶିଖିବା ଉଚିତ୍ ବୋଲି କୁହାଯାଇଥିଲା। ଭାରତୀୟ ଦଳ ନିକଟରେ ମଧ୍ୟ ଏହି ସାମର୍ଥ୍ୟ ରହିଛି। କିନ୍ତୁ ଏଥିପାଇଁ ଯୁବ ଖେଳାଳିଙ୍କ ଆବଶ୍ୟକତା ରହିଛି। ଏହା ତେବେ ସମ୍ଭବ ଯେବେ ଟି-୨୦ ଦଳରେ ଅଧା ପରିବର୍ତ୍ତନ ହେବ।

ଆସନ୍ତା ବର୍ଷ ଭାରତୀୟ ଦଳ ନିକଟରେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଦବଦବା ବଜାୟ ରଖିବାର ସୁଯୋଗ ମିଳିବ। କାରଣ ୨୦୨୩ରେ ଦୁଇଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ତେଣୁ ଦଳର ଧ୍ୟାନ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ୍ ଉପରେ ରହିବ। ପୁଣି ଟି-୨୦ ବିଶ୍ଵ କପ୍ ୨୦୨୪କୁ ଦୃଷ୍ଟିରେ ରଖି ଦଳ ପ୍ରବନ୍ଧକ ଶକ୍ତିଶାଳୀ ଦଳ ଗଠନ କରିବାକୁ ଚେଷ୍ଟା କରିବେ। ତେଣୁ ବୋଧହୁଏ ବରିଷ୍ଠ ଖେଳାଳିଙ୍କୁ ଆଉ ଟି-୨୦ କ୍ରିକେଟରେ ଦେଖିବାକୁ ମିଳିନପାରେ।

Get real time updates directly on you device, subscribe now.