fbpx

iPhoneରେ ମିଳିବ ନାହିଁ ଟ୍ଵିଟର ? ଏଲନ ମସ୍କଙ୍କୁ ଘାରିଲା ଭୟ

ନୂଆଦିଲ୍ଲୀ: ଟ୍ଵିଟରକୁ କିଣିବା ପରଠୁ ଏଲନ ମସ୍କ ପ୍ରତିଦିନ ଚର୍ଚ୍ଚାରେ ରହୁଛନ୍ତି। କର୍ମଚାରୀଙ୍କ ଛଟେଇକୁ ନେଇ ହେଉ କି ଟ୍ଵିଟରର ନୂତନ ନୀତିକୁ ନେଇ ମସ୍କ ଖବରର ଶିରୋନାମାରେ ରହୁଛନ୍ତି। ଏବେ ତାଙ୍କୁ ମୋବାଇଲ ନିର୍ମାତାକାରୀ କମ୍ପାନି ଆପଲକୁ ନେଇ ଭୟ ଘାରିବାରେ ଲାଗିଛି। ଏଲନ ମସ୍କଙ୍କୁ ଲାଗୁଛି ଯେ, ଆପଲ ଇଙ୍କ ତାଙ୍କର ଟ୍ଵିଟର ଆପକୁ ନିଜ ପ୍ଲେ ଷ୍ଟୋରରୁ ବ୍ଲକ୍ କରିପାରେ। ମସ୍କ ଏହି ଆଶଙ୍କା ଏଥିପାଇଁ ପ୍ରକାଶ କରିଛନ୍ତି, କାରଣ ଆଇଫୋନ ନିର୍ମାତାକାରୀ ଏହି କମ୍ପାନି ଟ୍ଵିଟରରକୁ ବିଜ୍ଞାପନ ଦେବା କମ କରି ଦେଇଛି।

ଟ୍ଵିଟର ଏବଂ ଟେସଲା ପରି ପ୍ରତିଷ୍ଠିତ କମ୍ପାନିର ମାଲିକ ଏଲନ ମସ୍କ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆପଲ୍ ତାଙ୍କ ଉପରେ କଣ୍ଟେଣ୍ଟ ମୋଡେରେସନକୁ ନେଇ ଲଗାତାର ଚାପ ପକାଉଛି। ଆପଲକୁ ନେଇ ଏହା ମଧ୍ୟ ଖବର ଆସିଥିଲା ଯେ, କମ୍ପାନି ନିଜର ପ୍ଲେ ଷ୍ଟୋରରୁ ଗ୍ୟାବ୍ ଏବଂ ପାର୍ଲର ପରି ଆପକୁ ହଟାଇ ଦେଇଛି। ପାର୍ଲର ଆମେରିକାରେ ରୁଢିବାଦୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିଲା।ଗତ ମାସରେ ୪୪ ହଜାର କୋଟି ଟଙ୍କାରେ ଟ୍ଵିଟରକୁ କିଣିଥିବା ମସ୍କ ଟ୍ଵିଟ୍ କରି ଲେଖିଛନ୍ତି ଯେ ଟ୍ଵିଟରର ଅଧିକାଂଶ ବିଜ୍ଞାପନ ବନ୍ଦ କରି ଦିଆଯାଇଛି। ଆପଲ୍ ବି ଟ୍ଵିଟରକୁ ନିଜର ଆପ ଷ୍ଟୋରରୁ ହଟାଇବାକୁ ଧମକ ଦେଇଛି। ମାତ୍ର ଏହା କଣ ପାଇଁ କରାଯାଉଛି ଆମକୁ ଏହି ବିଷୟରେ କିଛି କୁହାଯାଇ ନାହିଁ। ତେବେ ଏହି ପ୍ରସଙ୍ଗରେ ମସ୍କଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ମସ୍କ କହିଛନ୍ତି ଦେଢ ବର୍ଷ ଭିତରେ ଟ୍ଵିଟର ୟୁଜର୍ସଙ୍କ ସଂଖ୍ୟା ରେକର୍ଡ ୧୦୦ କୋଟି ପାର କରିପାରେ। ସେ ଦାବି କରିଛନ୍ତି ଯେ, ଟ୍ଵିଟରକୁ ନିଜ ହାତକୁ ନେବା ପରେ ଏହି ପ୍ଲାଟଫର୍ମରେ ଜଡିତ ହେଉଥିବା ଲୋକଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ରହିଛି।

Get real time updates directly on you device, subscribe now.