fbpx

ଅଜଣା ଗାଡ଼ି ଧକ୍କାରେ ୩ ସାମ୍ବାଦିକଙ୍କ ମୃତ୍ୟୁ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରେସ୍ କ୍ଲବ୍ ସଭାପତିଙ୍କ ସମେତ ୩ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଦୁଃଖ ପ୍ରକାଶ କରିଛନ୍ତି ।

ସଲାମତପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଲାମ୍ବାଖେଡ଼ାଠାରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି କି, ଲାମ୍ବାଖେଡ଼ା ମୋଡରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଏଥିରେ ବିଦିଶା ପ୍ରେସ କ୍ଲବ ସଭାପତି ରାଜେଶ ଶର୍ମା, ସୁନୀଲ ଶର୍ମା, ନରେନ୍ଦ୍ର ଦୀକ୍ଷିତଙ୍କ ମୃତ୍ୟୁ ଘଟିଛି ।

ସାମ୍ବାଦିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଦୁଃଖ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି ଯେ, ‘ଏହି ଦୁର୍ଘଟଣାରେ ବିଦ୍ୟା ପ୍ରେସ କ୍ଲବର ସଭାପତି ରାଜେଶ ଶର୍ମା ଏବଂ ସାଥୀ ସାମ୍ବାଦିକ ସୁନୀଲ ଶର୍ମା ଏବଂ ନରେନ୍ଦ୍ର ଦୀକ୍ଷିତଙ୍କ ମୃତ୍ୟୁର ଦୁଃଖଦ ଖବର ମିଳିଛି । ଭଗବାନ୍ ସେମାନଙ୍କ ଆତ୍ମାକୁ ତାଙ୍କ ପାଦ ତଳେ ସ୍ଥାନ ଦିଅନ୍ତୁ ଓ ଏହି ଗଭୀର ଦୁଃଖ ସହିବାକୁ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି ।’

ଏହା ସହ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୪-୪ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.