fbpx

କମ୍ ଶୋଉଥିବା ଯୁବକ-ଯୁବତୀଙ୍କ ଠାରେ ଡିପ୍ରେସନ୍ ଆଶଙ୍କା ଅଧିକ, ମହିଳା ହେଉଛନ୍ତି ଅଧିକ ପ୍ରଭାବିତ: ଅଧ୍ୟୟନ

ନୂଆଦିଲ୍ଲୀ: ବର୍ତ୍ତମାନର ଜୀବନଶୈଳୀ ହେଉଛି ନିଦ ଆସିବାର ପ୍ରମୁଖ କାରଣ । ହେଲେ ଏହା ଉପରେ ଧ୍ୟାନ ଦେବା ନିହାତି ଜରୁରୀ । କାରଣ ଉଚିତ୍ ସମୟ ପର୍ଯ୍ୟନ୍ତ ନ ଶୋଇବା ଦ୍ୱାରା ଏହା ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଅନିୟମିତ ଖାଦ୍ୟପାନ, କାମର ଷ୍ଟ୍ରେସ୍, ଅଧିକ ସମୟ ମୋବାଇଲ୍ ବ୍ୟବହାର କରିବା ଇତ୍ୟାଦି ହେଉଛି ଠିକ୍ ଭାବରେ ନିଦ ନ ଆସିବାର ଗୋଟିଏ ଗୋଟିଏ ବଡ଼ କାରଣ । ତେଣୁ ନଦି ନ ଆସିବା ଦ୍ୱାରା ଲୋକମାନେ ଚିଡିଚିଡା ସ୍ୱଭାବର ହୋଇଯାଆନ୍ତି । ଏବେ ଏହି ସମସ୍ୟା ଯୁବକ-ଯୁବତୀଙ୍କ ଠାରେ ଦେଖିବାକୁ ମିଳୁଛି । ଗୋଟିଏ ନୁତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଖରାପ ନିଦ ଯୁବକ-ଯୁବତୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ।

ଏହି ଅଧ୍ୟୟନରେ ସାମିଲ ହୋଇଥିବା ପ୍ରାୟ ୬୫.୫ ପ୍ରତିଶତ ଯୁବକ-ଯୁବତୀ ମାନେ ଖରାପ ନିଦ କାରଣରୁ ମାନସିକ ସମସ୍ୟା ଦେଇ ଗତି କରୁଛନ୍ତି । ପିୟର୍ ରିଭ୍ୟୁ ଜର୍ନାଲ୍ ଏନଲ୍ସ ଅଫ୍ ହ୍ୟୁମାନ୍ ବାୟୋଲୋଜିରେ ପ୍ରକାଶ ପାଇଛି ଯେ, ଅପର୍ଯ୍ୟାନ୍ତ ନିଦ ଯୋଗୁଁ ଡିପ୍ରେସନ୍ ରେ ପୀଡ଼ିତ ହେବାର ଆଶଙ୍କା ୪ ଗୁଣ ବଢ଼ିଯାଇଥାଏ । ରିସର୍ଚ୍ଚ ଅନୁସାରେ, ୫୫ ପ୍ରତିଶତ ଯୁବକ-ଯୁବତୀଙ୍କ ଠାରେ ଏକ୍ସେସିଭ୍ ଡେ ଟାଇମ୍ ସ୍ଲିପିନେସ୍ ସମସ୍ୟା ଦେଖାଦେଇଛି । ଏକ୍ସେସିଭ୍ ଡେ ଟାଇମ୍ ସ୍ଲିପିନେସ୍ ଅର୍ଥ ହେଉଛି ଦିନରେ ଅତ୍ୟଧିକ ନିଦ ଆସିବା । ଏହା ଯୋଗୁଁ ମାନସିକ ଅବସାଦର ମାତ୍ରା ବଢ଼ିଯାଇଥାଏ । ତେବେ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏକ୍ସେସିଭ୍ ଡେ ଟାଇମ୍ ସ୍ଲିପିନେସ୍ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳିଛି । ସେମାନଙ୍କ ଠାରେ ନିଦର ଅଭାବ କାରଣରୁ ଏକ୍ସେସିଭ୍ ଡେ ଟାଇମ୍ ସ୍ଲିପିନେସ୍ ଅଧିକ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.