fbpx

Organ Donate କରିବେ ରିତେଶ-ଜେନେଲିଆ…ମାନବିକତାର ଝଲକ ଦେଖାଇଲେ ବଲିଉଡର ହିଟ୍ ଯୋଡ଼ି

ଓଡ଼ିଶା ଭାସ୍କର: ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜାଙ୍କ ଯୋଡିଙ୍କୁ ସମସ୍ତେ ବହୁତ ପସନ୍ଦ କରନ୍ତି । ଏହି କପଲଙ୍କୁ ଲୋକମାନେ ବହୁତ ଭଲ ପାଇବା ଦେଇଥାନ୍ତି । ଉଭୟ ପ୍ରାୟତଃ ପରସ୍ପର ସମୟ ଅତିବାହିତ କରୁଥିବାର ନଜର ଆସିଥାନ୍ତି । ବର୍ତ୍ତମାନ ରିତେଶ ଏବଂ ଜେନେଲିଆ ବିବାହର ଏତେ ବର୍ଷ ପରେ ସେମାନଙ୍କ ଜୀବନ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହା ବିଷୟରେ ସେ ଦୀର୍ଘ ସମୟ ଧରି ଚିନ୍ତା କରୁଥିଲେ । ଏହି କପଲ ସେମାନଙ୍କର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବଲିଉଡ ସିନେମାର ଷ୍ଟାର କପଲ୍ ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିର ବେଶ୍ ଚର୍ଚ୍ଚିତ ଯୋଡ଼ି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥିବା ଏହି ଯୋଡ଼ି ଅନେକ ସମୟରେ ପରସ୍ପରଙ୍କ ଭିଡିଓ ଏବଂ ଫଟୋ ଅପଲୋଡ କରିଥାନ୍ତି । ରିତେଶ ଏବଂ ଜେନେଲିଆ ୧୨ବର୍ଷ ତଳେ ବିବାହ କରିଥିବା ବେଳେ ଉଭୟଙ୍କର ୨ ସନ୍ତାନ ମଧ୍ୟ ରହିଛନ୍ତି । ତେବେ ରିତେଶ ଏବଂ ଜେନେଲିଆ ଦୀର୍ଘ ସମୟ ଧରି ଅଙ୍ଗଦାନ ବିଷୟରେ ଚିନ୍ତା କରୁଥିଲେ । ବର୍ତ୍ତମାନ ସେମାନଙ୍କ ନିଷ୍ପତ୍ତିରେ ନ୍ୟାସନାଲ ଅର୍ଗାନ ଏବଂ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ନୋଟୋ) ଏକ ପୋଷ୍ଟ ସେୟାର କରିଛନ୍ତି । ପ୍ରଶଂସକଙ୍କ ସହ ଏକ ଭିଡିଓ ସେୟାର କରାଯାଇଛି । ଏହି କପଲଙ୍କୁ ପ୍ରଶଂସା କରିଛନ୍ତି ଏବଂ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଭିଡିଓରେ ରିତେଶ ଏବଂ ଜେନେଲିଆ ଏହାକୁ ଏକ ସୁନ୍ଦର ଉପହାର ବୋଲି କହିଛନ୍ତି ଏବଂ ଅଙ୍ଗଦାନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ଅଙ୍ଗଦାନକୁ ଏକ ମହତ୍ତ୍ୱପୂଣ୍ଣ ତଥା ସାହସିକ ନିଷ୍ପତ୍ତି ବୋଲି କୁହାଯାଏ । ତେବେ ଏହା ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘ମନ୍ କି ବାତ’ କାର୍ୟ୍ୟକ୍ରମରେ ଅଙ୍ଗଦାନ ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି । ଅଙ୍ଗଦାନ ପ୍ରକୃତରେ ଏକ ଉତ୍ତମ କାମ । ଏପରି ମଧ୍ୟ କହିଥିଲେ ଯେ ମୃତ୍ୟୁ ପରେ, ଅପଣଙ୍କ ଅଙ୍ଗ ସହିତ ୮ ରୁ ୯ ଜଣ ଲୋକଙ୍କ ଜୀବନ ରକ୍ଷା କରିପାରିବ । ଏହା ସହିତ ଆପଣ କାହାର ଜୀବନରେ ବହୁତ ଖୁସି ଦେବା ସହ ସେମାନଙ୍କୁ ସବୁଦିନ ପାଇଁ ଜୀବିତ କରିପାରିବେ ।

Get real time updates directly on you device, subscribe now.