୫ ଜଣଙ୍କ ମୃତ୍ୟୁ, ବସ୍‌-ଟ୍ରକ ମୁହାଁମୁହିଁ, ଝରକା ଖୋଲି ବାହାରିଲେ ଲୋକେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଆଲିଗଢରେ ବୁଧବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ଜଣଙ୍କ ପ୍ରାଣହାନି ଘଟିଛି। ଏଥିସହ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ ଯାତ୍ରୀବାହୀ ବସ୍ ଯମୁନା ଏକ୍ସପ୍ରେସରେ ଟ୍ରକ୍ ସହ ପିଟି ହୋଇଥିଲା। ଟ୍ରକ୍ ସହ ଧକ୍କା ହେବା ପରେ ବସର ଅବସ୍ଥା ସାଂଘାତିକ ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ୫ ମାସର ଶିଶୁ, ଜଣେ ମହିଳା ଏବଂ ୩ ଜଣ ପୁରୁଷ।

ପୋଲିସ କହିଛି ଯେ, ବସ୍ ଦିଲ୍ଲୀରୁ ଆଜମଗଢ ପାଇଁ ଗସ୍ତ କରୁଥିଲା। ଦୁର୍ଘଟଣାପରେ ମୃତକଙ୍କ ଶବ ବସ୍ ଭିତରେ ଫଶିରହିଥିଲା। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କଟରରେ କାଟି ଶବକୁ ବାହାର କରିଥିଲା। ବସରେ ଯେଉଁ ଲୋକେ ବଞ୍ଚିଥିଲେ ସେମାନେ ଝରକା ଭାଙ୍ଗି ବାହାରକୁ ବାହାରିଥିଲେ। ପୋଲିସ ମୃତକଙ୍କୁ ଏବଂ ଆହତଙ୍କୁ ପାଖରେ ଥିବା କୈଳାଶ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ବୁଧବାର ରାତି ୧ଟାରେ ଏହି ଦୁର୍ଘଟଣା ଘଟିଛି। ବସଟି ଦିଲ୍ଲୀରୁ ଆଜମବଢ ଯାତ୍ରା କରୁଥିଲା, ଏଥିସହ ଟ୍ରକଟି ଦିଲ୍ଲୀରୁ ଆଗରା ଆଡକୁ ଯାଉଥିଲା। ଏହି ସମୟରେ ବସ୍ ଦ୍ରୁତଗତିରେ ଯାଉଥିବାରୁ ଟ୍ରକ୍ ସହ ପିଟି ହୋଇ କ୍ଷତିଗ୍ରସ୍ତ ହୋଇଥିଲା।