Breaking: ପିଚୁ ଗାଡ଼ିକୁ ଚାପିଦେଲା ହାଇୱା, ଚାଲିଗଲା 3 ଜୀବନ

କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ।

ଭୁବନେଶ୍ବର:  ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାମାକ୍ଷାନଗର ସଡ଼କ ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ।

ପିଚୁ ଗାଡ଼ିକୁ ଏକ ହାଇଓ୍ବା ଦ୍ରୁତ ଗତିରେ ଆସି ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଠିକା ସଂସ୍ଥାର ଅବହେଳାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ତେବେ ଏହି ଘଟଣାପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇଥିଲେ । ଲୋକମାନେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।