fbpx

ସାମାନ୍ୟ ପାଉଁଜି ପାଇଁ… ମହିଳାଙ୍କୁ ହତ୍ୟାକରି ଗୋଡ କାଟିଦେଲା ଲୁଟେରା

ନୂଆଦିଲ୍ଲୀ: ପାଉଁଜିଟିଏ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ଏମିତି ଏକ ବୀଭତ୍ସ ଘଟଣା ଘଟିଛି ରାଜସ୍ଥାନର ରାଜସମାନ୍ଦ ଗ୍ରାମରେ । ଚାରଭୁଜା ଥାନା ଅନ୍ତର୍ଗତ ଏକ ପଡିଆରୁ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି । ଶବର ଗୋଡ ଟିକୁ କାଟି ଦିଆଯାଇଥିବା ବେଳେ ବେକରେ ମଧ୍ୟ ଶକ୍ତ ଆଘାତ ଲାଗିଛି । ରାଜସ୍ଥାନର ଏହି ମହିଳା ଜଣଙ୍କୁ କାଙ୍କୁ ବାଇ ବୋଲି ଚିହ୍ନଟ କରାଯାଇଛି ।

ସୋମବାର ନିଜ ସ୍ୱାମୀଙ୍କ ପାଇଁ ଖାଇବା ନେଇ ପଡିଆକୁ ଯାଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ଘରୁ ବାହାରିଥିଲେ ହେଁ ସ୍ୱାମୀଙ୍କ ନିକଟରେ ପହଞ୍ଚି ପାରିନଥିଲେ । ସ୍ୱାମୀ ଘରେ ପହଞ୍ଚିବା ପରେ ମହିଳା ନିଖୋଜ ଥିବା ଜଣାପଡିଥିଲା । ଖୋଜା ଖୋଜି ପରେ ନ ମିଳିବା କାରଣରୁ ଏକ ପୋଲିସ କମ୍ପେ୍ଲନ ମଧ୍ୟ ଦାୟର କରାଯାଇଥିଲା । ଶେଷରେ ପୋଲିସ ଏକ ବିଲରୁ ମହିଳାଙ୍କ ଶବ ଉଦ୍ଧାର କରିଥିଲା । ପାଦରେ ପିନ୍ଧିଥିବା ରୂପା ପାଉଁଜି ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରୁଛି ପୋଲିସ । ଏହା ପୂର୍ବରୁ ଗତ ସପ୍ତାହରେ ଜୟପୁରରେ ମଧ୍ୟ ସମାନ ଘଟଣା ଘଟିଥିଲା । ରୂପା ପାଉଁଜି ପାଇଁ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.