fbpx

ଉବେର ବାଇକରେ ଯାଉଥିବା ବେଳେ ଡକାୟତି ଉଦ୍ୟମ, ପର୍ସ ବଞ୍ଚାଇବାକୁ ଯାଇ ତଳେ ପଡ଼ିଗଲେ ମହିଳା

ନୂଆଦିଲ୍ଲୀ: ଉବେର ବାଇକ ଚଳାଉଥିବା ଜଣେ ମହିଳାଙ୍କୁ ଲୁଟିବାର ଚେଷ୍ଟା କଥା ସାମ୍ନାକୁ ଆସିଛି । ଏହି ଘଟଣାରେ ମହିଳା ଜଣକ ବାଇକ୍ ରୁ ଖସି ପଡ଼ି ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ନୋଏଡାର ବଟାନିକାଲ ଗାର୍ଡେନ ନିକଟରେ ଏହି ମହିଳା ଉବେର ଗାଡ଼ିରେ ବସି କଥାବାର୍ତ୍ତା ହେଉଥିଲେ । ହଠାତ ରାସ୍ତାରେ ଏକ ବାଇକ୍ ରେ ୨ ଯୁବକ ଉବେର ଗାଡ଼ି ନିକଟକୁ ଆସିଥିଲେ । ସେଠାରେ ସେହି ୨ଜଣ ମହିଳାଙ୍କ ଠାରୁ ତାଙ୍କ ପର୍ସ ଛଡ଼ାଇବାକୁ ଆରମ୍ଭ କରିଥିଲେ । ମହିଳା ଜଣକ ନିଜ ପର୍ସକୁ ବଞ୍ଚାଇବାକୁ ଯାଇ ଚଳନ୍ତା ଗାଡ଼ିରୁ ତଳକୁ ପଡ଼ିଯାଇ ଗମ୍ଭୀର ରୂପରେ ଖଣ୍ଡିଆ ଖାବରା ହୋଇଯାଇଛନ୍ତି । ଏଡ଼ିସନାଲ ଡିସିପି କହିଛନ୍ତି ଯେ, ସେହି ମହିଳା ଜଣକ ଦିଲ୍ଲୀର ଲାଜପତ ନଗରରୁ ନୋଏଡା ଯାଉଥିଲେ । ସେହି ସମୟରେ ସେ ବାଇକରୁ ଖସି ପଡି ଆହତ ହୋଇଛନ୍ତି ।

ଡିସିପିଙ୍କ କହିବା ମୁତାବକ, ମହିଳା ଜଣକ ଆଇଟି କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଅଟନ୍ତି । ପୋଲିସ ସେଠାରେ ତଦନ୍ତ ଆରମ୍ଭ କରିଦେଇଛି । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଜାଂଚ କରାଯାଉଛି, ଯାହାଦ୍ୱାରା ଅଭିଯୁକ୍ତ ମାନଙ୍କୁ ଶିଘ୍ର ଚିହ୍ନଟ କରାଯାଇପାରିବ ।

Get real time updates directly on you device, subscribe now.