fbpx

AIASL ପକ୍ଷରୁ ବାହାରିଲା ୧୬୬ଟି ପଦବୀ: ପ୍ରାର୍ଥୀଙ୍କୁ ମିଳିବ ବଢ଼ିଆ ଦରମା

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ (ଏଆଇଏଏସଏଲ) ପକ୍ଷରୁ ୧୬୬ଟି ପଦବୀ ନିମନ୍ତେ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ହାଣ୍ଡିମ୍ୟାନ, ୟୁଟିଲିଟି ଏଜେଣ୍ଟ କମ୍ ରାମ୍ପ ଡ୍ରାଇଭର, କଷ୍ଟମର ସର୍ଭିସ ଏକଜିକ୍ୟୁଟିଭ, ଡ୍ୟୁଟି ଅଫିସର, ଜୁନିୟର ଅଫିସର ଟେକ୍ନିକାଲ, ଜୁନିୟର ଅଫିସର ପାସେଞ୍ଜର ପଦରେ ନିଯୁକ୍ତି ମିଳିବ ।

ପ୍ରାର୍ଥୀଙ୍କୁ ଏଥିପାଇଁ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି / ଏସଟି, ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେେମେଣ୍ଟ ଡିମାଣ୍ଡ ଡ୍ରାଫ୍ଟ (ଡିଡି) ଜରିଆରେ କରିବାକୁ ପଡ଼ିବ । ଫେବୃଆରୀ ମାସ ୭ରୁ ୧୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ । ସମସ୍ତ ପଦବୀ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ବୟସ କୋହଳ ନିୟମ, ଦରମା ଓ ଅନ୍ୟ ସମସ୍ତ ତଥ୍ୟ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ପାଇପାରିବେ ।

ନୋଟିଫିକେସନ ଲିଙ୍କ: https://aiasl.in/resources/Advertisement%20-%20AHMEDABAD%20Recruitments.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.aiasl.in/

 

Get real time updates directly on you device, subscribe now.