fbpx

ଦୁନିଆର ସବୁଠାରୁ ଖତରନାକ୍ ସିରିଏଲ କିଲର ରୋଡନି ଜେମ୍ସ ଅଲକାଲାର ହେଲା ମୃତ୍ୟୁ, କରିଛି ୧୩୦ରୁ ଅଧିକ ଲୋକଙ୍କ ହତ୍ୟା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଖତରନାକ୍ ସିରିଏଲ କିଲର ରୋଡନି ଜେମ୍ସ ଅଲକାଲାର ମୃତ୍ୟୁ ହୋଇଯାଇଛି । କାଲିଫର୍ନିଆର ଏକ ଡାକ୍ତରଖାନାରେ ଅଲକାଲାର ମୃତ୍ୟୁ ହୋଇଥିବା ଜଣାପଡିଛି । ୭୭ ବର୍ଷ ବୟସରେ ଅଲକାଲାର ମୃତ୍ୟୁ ହୋଇଛି। ଅଲକାଲାକୁ କାଲିଫର୍ନିଆରେ ୨୦୧୦ ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ସେ ଏକ ଦୁର୍ଦ୍ଦାନ୍ତ ଅପରାଧୀ ଥିଲା । ଅଲକାଲା ଯୁବତୀମାନଙ୍କୁ ହତ୍ୟା କରି ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲା। ଜୁଲାଇ ୨୪ ତାରିଖ ଶନିବାର ଦିନ ଅଲକାଲାର ମୃତ୍ୟୁ ହୋଇଥିବା କୁହାଯାଇଛି । କାଲିଫର୍ନିଆର ସେନ୍ ଜୋକିନ୍ ଭ୍ୟାଲି ହସ୍ପିଟାଲର ଅଧିକାରୀ ଏ ନେଇ ସ୍ପଷ୍ଟ କରିଛନ୍ତି । ଏହା ଏକ ପ୍ରାକୃତିକ ମୃତ୍ୟୁ ଜ୍ଝ ଅସୁସ୍ଥତା ହେତୁ ତାକୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଆମେରିକାର ବାସିନ୍ଦା ରୋଡନି ଜେମ୍ସ ଅଲକାଲା ପେସାରେ ଜଣେ ଫଟୋଗ୍ରାଫର ଥିଲା। ସେ ଆମେରିକାର ଏକ ପ୍ରସିଦ୍ଧ ଟିଭି ରିଆଲିଟି ଶୋ’ର ବିଜେତା ମଧ୍ୟ ଥିଲା। ଏହି ଶୋ’ରେ ସେ ଜଣେ ଯୁବତୀଙ୍କୁ ଡେଟରେ ନେବାକୁ ଚାହୁଁଥିଲା କିନ୍ତୁ ଯୁବତୀ ଜଣକ ମନା କରିଦେବାରୁ ସାଇକୋ ହୋଇଗଲା। ଅଲକାଲା ଯୁବତୀମାନଙ୍କୁ ଯୌନ ନିର୍ୟାତନା ଦେଉଥିଲା।

ପ୍ରଥମେ ଯୁବତୀ କିମ୍ବା ମହିଳାଙ୍କୁ ହତ୍ୟା କରୁଥିଲା ଏବଂ ତା’ପରେ ସେମାନଙ୍କ ମୃତଦେହ ସହିତ ସମ୍ପର୍କ ସ୍ଥାପନ କରୁଥିଲା। ସେ ଯୁବତୀମାନଙ୍କୁ ନିର୍ୟାତନା ଦେଇ ହତ୍ୟା କରୁଥିଲା । ତାକୁ ସବୁଠାରୁ ଭୟଙ୍କର ସିରିଏଲ କିଲର କୁହାଯାଏ। ଅଲକାଲା ୧୩୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଥାଇପାରେ ବୋଲି କୁହାଯାଉଛି । ୧୯୭୦ ଦଶକରେ ଦୁଇ ଯୁବତୀଙ୍କ ହତ୍ୟା ମାମଲାରେ ଅଲକାଲାକୁ ପ୍ରଥମେ ନ୍ୟୁୟର୍କ କୋର୍ଟରେ ହାଜର କରାଯାଇଥିଲା। ୧୯୭୯ ରେ ଅଲକାଲା ଜେଲରେ ଥିଲା। ପରେ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

 

Get real time updates directly on you device, subscribe now.