fbpx

ନିର୍ବାଚନ ହାରିବାର ୭ ଦିନ ପରେ ସିଙ୍ଗାପୁର ଗଲେ ରୋହିଣୀ ଆଚାର୍ଯ୍ୟ, ସାମ୍ନାକୁ ଆସିଲା କାରଣ

Advertisement

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସୁପୁତ୍ରୀ ରୋହିଣୀ ଆଚାର୍ଯ୍ୟ ବିହାରର ସାରଣ ସିଟରୁ ନିର୍ବାଚନ ହାରିବା ପରେ ବୁଧବାର ସିଙ୍ଗାପୁର ଗସ୍ତ କରିଛନ୍ତି । ତେବେ ୧୦-୧୫ ଦିନ ମଧ୍ୟରେ ସିଙ୍ଗାପୁରରୁ ଫେରି ଆସିବେ ଏବଂ ସାରଣବାସୀଙ୍କ ସେବା ପାଇଁ ଉପସ୍ଥିିିତ ରହିବେ ବୋଲି କହିଛନ୍ତି ରୋହିଣୀ । ଏଥିମଧ୍ୟରେ ସେ ସିଙ୍ଗାପୁର ଯିବାର କାରଣ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।

ସିଙ୍ଗାପୁରରେ ରୋହିଣୀ ନିଜ ପିଲାଙ୍କୁ ଭେଟିବା ପାଇଁ ଯାଉଛନ୍ତି ବୋଲି କହିଛନ୍ତି । ଅପରପକ୍ଷରେ ମୋଦୀ ସରକାରରେ ବଡ଼ ମନ୍ତ୍ରଣାଳୟ ନ ମିଳିବାରୁ ସେ କହିଛନ୍ତି ଯେ ସତ ସାମ୍ନାକୁ ଆସିଯାଇଛି । ବିରୋଧୀ ବିହାର ଜନତାଙ୍କୁ ମିଛ ଆଶ୍ୱାସନା ଦେଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ଗ୍ରହଣ ସମାରୋହରେ ନୀତିଶଙ୍କ ନଯିବାର କାରଣ ବିଷୟରେ ପଚାରିବାରୁ ରୋହିଣୀ ଉତ୍ତରରେ କହିଥିଲେ, ‘ତାଙ୍କ ସ୍ୱାସ୍ଥ୍ୟ ଖରାପ ଥାଇପାରେ । ତାଙ୍କୁ ଆରାମ କରିବାକୁ ଦିଅନ୍ତୁ ।’ କହିରଖୁଛୁ ସାରଣ ଆସନରୁ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ରୋହିଣୀ ଆଚାର୍ଯ୍ୟ । ସେ ବିଜେପି ପ୍ରାର୍ଥୀ ରାଜୀବ ପ୍ରତାବ ରୁଡ଼ୀଙ୍କ ଠାରୁ ପରାସ୍ତ ହୋଇଥିଲେ । ରୁଡ଼ୀଙ୍କୁ ୪ ଲକ୍ଷ ୭୧ ହଜାର ୭୫୨ ଭୋଟ୍ ମିଳିଥିବା ବେଳେ ରୋହିଣୀଙ୍କୁ ୪ ଲକ୍ଷ ୫୮ ହଜାର ୯୧ ଭୋଟ୍ ମିଳିଥିଲା । ରୋହିଣୀ ଆଚାର୍ଯ୍ୟ ୧୩ ହଜାର ୬୬୧ ଭୋଟ୍ ବ୍ୟବଧାନରେ ନିର୍ବାଚନରେ ପରାସ୍ତ ହୋଇଥିଲେ ।

Get real time updates directly on you device, subscribe now.