fbpx

(Video)ଭାରତୀୟ ଟିମ୍‌ର ନୂଆ ଜର୍ସିକୁ ଏପରି ସ୍ୱାଗତ କଲେ ରୋହିତ ଓ ଜୟ ଶାହ, ଲଞ୍ଚ ହେଉ ହେଉ ହେଲା ଟ୍ରୋଲ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଟିମ୍ ଜୁନ୍‌ରେ ଟି ୨୦ ବିଶ୍ୱକପ୍ ଖେଳିବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଜୁନ୍ ୯ରେ ପାକିସ୍ତାନ ବିରୁଦ୍ଧରେ ନ୍ୟୁୟର୍କରେ ମହାମୁକାବିଲା ମ୍ୟାଚ୍ ଖେଳିବ । ତେବେ ଟି ୨୦ ୱାର୍ଲ୍ଡ କପ୍ ୨୦୨୪ରେ ଭାରତୀୟ ଟିମ୍ ଏହାର ଓପନିଂ ମୁକାବିଲା ଜୁନ୍ ୫ରେ ନ୍ୟୁୟର୍କରେ ଆର‌୍ୟଲ୍ୟାଣ୍ଡ ବିରୁଦ୍ଧରେ ଖେଳିବ ।

ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତୀୟ ଟି ୨୦ ଟିମ୍‌ର ନୂଆ ଜର୍ସି ଲଞ୍ଚ ହୋଇଛି । କିନ୍ତୁ ଏହାର ମୂଲ୍ୟ ଅଧିକ ରହିଥିବାରୁ ଏହାକୁ ଟ୍ରୋଲ କରାଯାଇଛି । ଏହି ଜର୍ସିର ମୂଲ୍ୟ ୫,୯୯୯ଟଙ୍କା ରଖାଯାଇଛି । ଏହି କାରଣରୁ ଫ୍ୟାନ୍ସ ରାଗିଯାଇ ସୋସିଆଲ ମିଡିଆରେ ଏହାକୁ ଟ୍ରୋଲ କରିଛନ୍ତି ।

ବିସିସିଆଇ ସଚିବ ଜୟ ଶାହ ଓ ଭାରତୀୟ କ୍ୟାପଟେନ୍ ରୋହିତ ଶର୍ମା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ନୂଆ ଜର୍ସିକୁ ସ୍ୱାଗତ କରିଛନ୍ତି ଯାହାର ଭିଡିଓ ସେୟାର କରାଯାଇଛି । ବିସିସିଆଇ ଏହି ନୂଆ ଜର୍ସିକୁ ଖାସ୍ ଅନ୍ଦାଜରେ ହେଲିକପ୍ଟରରେ ଲଞ୍ଚ କରିଥିଲା । ଏହି ନୂଆ ଜର୍ସି ଇଂରାଜୀ ଶବ୍ଦ V ପରି ହୋଇଥିବା ବେଳେ ଏହାର କଲରରେ ତ୍ରିରଙ୍ଗା ଷ୍ଟ୍ରିପ୍ସ ରହିଛି ।

Get real time updates directly on you device, subscribe now.