fbpx

(Video) ବିଶ୍ୱକପ ପରାଜୟ ପରେ କାନ୍ଦିଲେ ରୋହିତ: ଶେଷ ବିଶ୍ୱକପରୁ ଖାଲିହାତରେ ଫେରିଲେ ଅଧିନାୟକ!

ନୂଆଦିଲ୍ଲୀ: ଭାରତକୁ ପରାସ୍ତ କରି ବିଶ୍ୱ ଚମ୍ପିଆନ ପାଲଟିଛି ଅଷ୍ଟ୍ରେଲିଆ । ଟ୍ରାଭିସ ହେଡଙ୍କ ଶତକ ଏବଂ ମାର୍ନସ ଲାବୁସେନଙ୍କ ଦମଦାର ଅର୍ଦ୍ଧଶତକ ସହ ଦମଦାର ବୋଲିଂରେ ଭାରତକୁ ମାତ୍ ଦେଇଛି କମିନ୍ସ ସେନା । ଟ୍ରଫିର ଏତେ ନିକଟକୁ ଆସି ବିପଳ ହେବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ମ୍ୟାଚ ସରିବା ମାତ୍ରେ ସାଥୀ କେଳାଳିଙ୍କ ସହ ହାତ ମିଳାଇ କାନ୍ଦି କାନ୍ଦି ସେ ଡ୍ରେସିଂ ରୁମକୁ ଚାଲି ଯାଇଛନ୍ତି ।

ପୁଣି ଏକ ଆଇସିସି ଇଭେଣ୍ଟରେ ଫେଲ ମାରିଛି ଟିମ ଇଣ୍ଡିଆ । ବିରାଟ ଏବଂ ରୋହିତଙ୍କ ଶେଷ ବିଶ୍ୱକପ୍ ଜିତିବାର ସ୍ୱପ୍ନକୁ ଧୂଳିସାତ କରିଦେଇଛି ଅଷ୍ଟ୍ରେଲିଆ । ଭାରତରେ ନିଜର ଶେଷ ବିଶ୍ୱକପକୁ ବି ହାତେଇ ପାରିଲେ ନାହିଁ ରୋହିତ ଏବଂ ବିରାଟ । ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାସ୍ତ ହୋଇ ଏବେ ସମସ୍ତଙ୍କ ଆଖିରେ ଲୁହ । ପଡ଼ିଆ ଉପରେ ବିରାଟଙ୍କ ଠାରୁ ଆରମ୍ଭ କରି ରୋହିତ ସମସ୍ତେ କାନ୍ଦିବାରେ ଲାଗିଛନ୍ତି । ସମସ୍ତଙ୍କ ଆଖିରୁ ଝରିଛି ଲୁହ । ଯେଉଁ ସ୍ୱପ୍ନକୁ ଆଉ କେବେ ସେ ପୁରା କରିପାରିବେ ନାହିଁ ।

ସମ୍ଭବତଃ ରୋହିତ ଏବଂ ବିରାଟଙ୍କର ଏହ ଶେଷ ବିଶ୍ୱକପ୍ ହୋଇପାରେ । ଏହା ପରେ ସେ ଆଉ ବୋଧ ହୁଏ ବିଶ୍ୱକପ୍ ଖେଳି ନ ପାରନ୍ତି । ଆଗାମୀ ଦିନିକିଆ ବିଶ୍ୱକପ ପୂର୍ବରୁ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି ରୋହିତ ଏବଂ ବିରାଟ । ତେଣୁ ଏହି ଟ୍ରଫିକୁ ଜିତି ଇତିହାସର ଫର୍ଦ୍ଦରେ ସ୍ୱର୍ଣ୍ଣିମ ଅକ୍ଷରରେ ନାମ ଲିପିବଦ୍ଧ କରିବା ପାଇଁ ସେ ଚେଷ୍ଟା କରିଥିଲେ । କିନ୍ତୁ ବିଶ୍ୱକପ୍ ଜିତି ପାରିଲେ ନାହିଁ ।

ତେବେ ମ୍ୟାଚ ପରେ ସମସ୍ତଙ୍କ ଆଖିରେ ଆଖିଏ ଲୁହ । ବିରାଟଙ୍କ ଠାରୁ ରୋହିତ, ସିରାଜ ସମସ୍ତେ ଆଜି ଏହି ପରାଜୟରେ ଭାଙ୍ଗି ପଡ଼ିଛନ୍ତି । ଆଗକୁ ଏମିତି ସୁଯୋଗ ଆଉ ଆସି ନପାରେ । ସେଥିପାଇଁ ଏମିତି ଭାବବିହ୍ୱଳିତ ଚିତ୍ର ଏବେ ଦେଖିବାକୁ ମିଳିଛି ଭରତୀୟ କ୍ରିକେଟରେ ।

Get real time updates directly on you device, subscribe now.