fbpx

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ରୋହିତଙ୍କ ଦମଦାର ପାଳି: ଷ୍ଟାର ଖେଳାଳିଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦରଙ୍କ ଚମତ୍କାର ବୋଲିଂ ସହିତ ଅଧିନାୟକ ରୋହିତ ଶର୍ମାଭ୍କ ଦମଦାର ଅର୍ଦ୍ଧଶତକ ଫଳରେ ମ୍ୟାଚରେ ବିଜୟ ହାସଲ କରିପାରିଛି ମେନ ଇନ ବ୍ଲୁ । ତେବେ ଏହି ଅର୍ଦ୍ଧଶତକ ସହିତ ଆଉ ଏକ ନୂଆ ରେକର୍ହର ଅଧିକାରୀ ହୋଇଛନ୍ତି ହିଟମ୍ୟାନ ରୋହିତ ଶର୍ମା । ଭାରତ ପାଇଁ ଦିନିକିଆରେ ସର୍ବାଧିକ ରନ ବନାଇବା କ୍ଷେତ୍ରରେ ସେ ସେହୱାଗଙ୍କୁ ପଛରେ ପକାଇଛନ୍ତି ।

India beat West Indies by 6 wickets in landmark 1,000th ODI | Prothom Alo

ପୂର୍ବତନ ଓପନର ବିରେନ୍ଦ୍ର ସେହୱାଗ ସର୍ବମୋଟ ୭୨୪୦ ରନ ସଂଗ୍ରହ କରିଥିବା ବେଳେ ରୋହିତଙ୍କ ତାଙ୍କୁ ଅତିକ୍ରମ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ୬୦ରନ ସହିତ ୭୨୯୮ ରନ ନିଜ ଖାତାରେ ଯୋଡିଛନ୍ତି । ଏହି ମ୍ୟାଚ ପୂର୍ବରୁ ସେହୱାଗଭ୍କ ସ୍କୋରରୁ ମାତ୍ର ୨ ରନ ପଛରେ ରହିଥିଲେ ରୋହିତ । ତେବେ ରୋହିତଙ୍କ ଆଗରେ ଏବେ କେବଳ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରହିଛନ୍ତି ।

Data check: From Sachin Tendulkar to Rohit Sharma, India's greatest ODI openers were not openers

ରୋହିତ ୨୦୧୧ ମସିହାରୁ ଅଦ୍ୟାବଧି ୧୪୪ ମ୍ୟାଚରୁ ୯୨.୩୫ ଷ୍ଟ୍ରାଇକ ରେଟରେ ସଂଗ୍ରହ କରିଛନ୍ତି ୭୨୯୮ ରନ । ତେବେ ସେହୱାଗ ୨୦୪ ମ୍ୟାଚରେ ୧୦୪.୮୫ ଷ୍ଟ୍ରାଇକ ରେଟ ସହ ୭୨୪୦ ରନ କରିଛନ୍ତି । ତେବେ ଏହି ତାଲିକାରେ ସର୍ବାଗ୍ରେ ଅଛନ୍ତି ସଚିନ ତେନ୍ଦୁଲକର । ୩୪୪ଟି ମ୍ୟାଚ ଖେଳି ୧୫,୩୧୦ ରନ କରିଥିବା ବେଳେ ସୌରଭ ଗାଙ୍ଗୁଲି ୨୪୨ ଦିନିକିଆରୁ ୯୧୪୬ ରନ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.