fbpx

(Video) T-20ରୁ ଅବସର ନେବାକୁ ଚାହୁଁ ନଥିଲେ ରୋହିତ… କାହିଁକି ଏମିତି ନିଷ୍ପତ୍ତି? ନିଜେ କଲେ ଖୁଲାସା

Advertisement

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାକୁ ଚକମା ଦେଇ ଟି-୨୦ ବିଶ୍ୱକପର ନୂଆ ଚମ୍ପିଆନ୍ ସାଜିଛି ଟିମ ଇଣ୍ଡିଆ । ଦୀର୍ଘ ୧୭ ବର୍ଷର ଅପେକ୍ଷା ପରେ ଦ୍ୱିତୀୟ ଟି-୨୦ ଟ୍ରଫି ହାସଲ କରିଛି ଭାରତ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଦ୍ୱିତୀୟ ଥର ପାଇଁ ବିଶ୍ୱବିଜେତା ହୋଇପାରିଛି । ତେବେ ଏହି ବିଶ୍ୱକପ ପରେ ଭାରତର ଦୁଇ ରତ୍ନ ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ବିଦାୟ ନେଇଛନ୍ତି । କିନ୍ତୁ ରୋହିତଙ୍କ ଅବସରକୁ ନେଇ ଏକ ବଡ଼ ଖବର ଜାଣିବାକୁ ମିଳିଛି । ରୋହିତଙ୍କୁ ବାଧ୍ୟ ବାଧକତାରେ ଅବସର ଦେଇଥିବା ଚର୍ଚ୍ଚା ହେଉଛି ।

ବିଶ୍ୱ ଚମ୍ପିଆନ୍ ହେବା ପରେ ରୋହିତ ଖୁବ ଇମୋସନାଲ ହୋଇପଡ଼ିଥିଲେ । ଆଖିରେ ଲୁହ ଏବଂ ମନରେ ବିଜୟର ଉତ୍ସାହ ସହ ରୋହିତ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ରୋହିତ ଏବଂ ବିରାଟ । କିନ୍ତୁ ବର୍ତ୍ତମାନ ଭାଇରାଲ ହେଉଥିବା ଏକ ଭିଡିଓରେ କୁହାଯାଉଛି ଯେ, ରୋହିତ ଏବେ ଅବସରକୁ ନେଇ ବଡ଼ ବୟାନ ଭାଇରାଲ ହେଉଛି । ଏଥିରେ ରୋହିତ କହିଛନ୍ତି ଯେ, ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେବା ପାଇଁ ଭଲ ସମୟ ଆଉ କିଛି ନାହିଁ । ତେବେ ଟି-୨୦ ଫର୍ମାଟରୁ ବିଦାୟ ନେଲେ ବି ଆଇପିଏଲ ଖେଳିବେ ରୋହିତ । ମୁଁ ନିଜ ଭବିଷ୍ୟତକୁ ନେଇ ଏମିତି ନିଷ୍ପତ୍ତି ନିଏ ନାହିଁ । ଯାହା ଭିତରୁ ମୋତେ ଭଲ ଲାଗିଥାଏ, ମୁଁ ତାହା ହିଁ କରେ । ମୁଁ ଆଗାମୀ ଭବିଷ୍ୟତକୁ ନେଇ ବେଶୀ ଚିନ୍ତା କରେନାହିଁ ।

ଏହାପରେ ରୋହିତ କହିଛନ୍ତି ଯେ, ଟି-୨୦ରୁ ଅବସର ନେବା ପାଇଁ ମୁଁ ଆଗରୁ ଚିନ୍ତାକ ରି ନଥିଲି । କିନ୍ତୁ ପରିସ୍ଥିତି ଅନୁକୂଳ ରହିଛି । ବିଶ୍ୱକପ ବିଜୟୀ ହୋଇ ଦଳରୁ ବିଦାୟ ନେବା ଭଲ ହେବ । ଯାହା ଲେଖା ହୋଇଛି, ତାହା ହେବା ନିଶ୍ଚିତ । ତେଣୁ ବିଶ୍ୱକପ ବିଜୟ ପରେ ଅଚାନକ ଏହି ଫର୍ମାଟରୁ ବିଦାୟ ଘୋଷଣା କରିଛନ୍ତି ରୋହିତ ଶର୍ମା । ଏହି ବିଜୟ ସହ ଦ୍ୱିତୀୟ ଥର ଟି-୨୦ ଟ୍ରଫି ହାତେଇଛି ଟିମ ଇଣ୍ଡିଆ । ୨୦୦୭ ମସିହାରେ ଟିମ ଇଣ୍ଡିଆ ଧୋନୀଙ୍କ ନେତୃତ୍ୱରେ ପ୍ରଥମ ଥର ଟି-୨୦ ବିଶ୍ୱକପ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.