ରୋହିତ, କୋହଲି ନା ଗୁରୁ ଗମ୍ଭୀର… ବିଜିଟି ପରାଜୟ ପରେ କାହାକୁ ବାଦ୍ ଦେବ ଟିମ୍ ଇଣ୍ଡିଆ? ଜାଣନ୍ତୁ ଅପଡେଟ
ସରିଲା BGT, ପରାଜୟ ପରେ କାହାକୁ ବାଦ୍ ଦେବ ଟିମ୍ ଇଣ୍ଡିଆ? ବୋର୍ଡ ନେବ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପରାଜୟ ଟିମ ଇଣ୍ଡିଆକୁ ଦେଇଛି ଶକ୍ତ ଝଟକା । ଦଳର ନିରାଶଜନକ ପ୍ରଦର୍ଶନ ଯୋଗୁଁ କୋଚ୍ ଗୌତମ ଗମ୍ଭୀରଙ୍କ ସହ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଦଳରୁ ବାଦ୍ ଦେବାକୁ ଆଲୋଚନା ହେଉଛି ।
ତେବେ ଏ ନେଇ ପୂର୍ବରୁ ସଂକେତ ମଧ୍ୟ ଦିଆଯାଇଥିଲା । ବର୍ଡର ଗାଭାସ୍କର ଟ୍ରଫି ପରେ ଗମ୍ଭୀରଙ୍କ କୋଚ୍ ପଦବୀ ଉପରେ ବଡ଼ ନିଷ୍ପତ୍ତି ନେଇପାରେ ଭାରତୀୟ କ୍ରିକେଟ ବୋର୍ଡ । ବର୍ତ୍ତମାନ ଏ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି ।
କାହାକୁ ବାଦ୍ ଦିଆଯିବ ନାହଁ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରୁ ପରେ ଗୁରୁ ଗମ୍ଭୀରଙ୍କ ସହ ରୋହିତ-ବିରାଟଙ୍କୁ ନେଇ ଆଲୋଚନା ଜୋର ଧରିଛି । ଟିମ ଇଣ୍ଡିଆରେ ଏହି ୩ ଜଣଙ୍କ ବିକଳ୍ପ ଖୋଜିବା ପାଇଁ ଖୁବ ଚର୍ଚ୍ଚା ହେଉଛି ।
ତେବେ ବର୍ତ୍ତମାନ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସଂକେତ ମିଳିଛି । ଗୋଟିଏ ସିରିଜର ପ୍ରଦର୍ଶ ଆଧାରରେ କୌଣସି କୋଚ୍ କିମ୍ବା ଖେଳାଳିଙ୍କୁ ଦଳରୁ ବାଦ୍ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି ।
କ’ଣ କହୁଛି ରିପୋର୍ଟ: ରିପୋର୍ଟ ଅନୁସାରେ, ଗମ୍ଭୀର, ରୋହିତ କିମ୍ବା ବିରାଟଙ୍କ ଉପରେ ବର୍ତ୍ତମାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଖରାପ ପ୍ରଦର୍ଶନ ପରେ ମଧ୍ୟ ଦଳରେ ସେମାନଙ୍କୁ ନିଜ ସ୍ଥାନ ଦିଆଯିବ ।
ସମୀକ୍ଷା ବୈଠକ: ତେବେ ଖେଳାଳି କିମ୍ବା କୋଚଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ମଧ୍ୟ ଏକ ସମୀକ୍ଷା ବୈଠକ କରିବ ବିସିସିଆଇ । ଗୋଟିଏ ସିରିଜରେ ଖରାପ ପ୍ରଦର୍ଶନ ପାଇଁ କୋଚଙ୍କୁ ପଦରୁ ହଟାଇ ଦିଆଯାଇ ପାରିବ ନାହିଁ । ଗୌତମ ଗମ୍ଭୀର କୋଚ୍ ଭାବରେ ଦାୟିତ୍ୱରେ ରହିବେ । ଏହାବ୍ୟତୀତ ବିରାଟ କୋହଲି ଏବଂ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟ ଖେଳିବେ ବୋଲି ସୂଚନା ମିଳିଛି ।