fbpx

ବିରାଟ, ରୋହିତ ଓ ଶାମୀ ଖେଳିବେ ଘରୋଇ କ୍ରିକେଟ? BCCIର ନୂଆ ନିୟମ ପରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ତରଫରୁ ଖେଳୁଥିବା ଜାତୀୟ ଚୁକ୍ତିଧାରୀ ଖେଳାଳିମାନଙ୍କୁ ଏଣିକି ରେଡ ବଲ କ୍ରିକେଟ ଖେଳିବାକୁ ପଡ଼ିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏନେଇ ଏକ ନୂଆ ନିୟମ ଲାଗୁ କରିଛି । ଜାତୀୟ ଚୁକ୍ତିଧାରୀ ଖେଳାଳିଙ୍କ ପାଇଁ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ କରିଦିଆଯାଇଛି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହ ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ।

ତେବେ ବିସିସିଆଇର ଏହି ନିୟମର ଅର୍ଥ ହେଉଛି, ବିରାଟ କୋହଲି, ରୋହିତ ଶର୍ମା ଓ ମହମ୍ମଦ ଶାମୀ ମଧ୍ୟ ଏଣିକି ଘରୋଇ କ୍ରିକେଟ ଖେଳିବେ । ଭାରତର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଖେଳାଳିମାନେ ଘରୋଇ କ୍ଷେତ୍ରରେ ବାଧ୍ୟତାମୂଳକ ଭାବେ ରେଡ୍ ବଲ କ୍ରିକେଟ କେଳିବେ । ବିସିସିଆଇ ଏନେଇ କୌଣସି ବାହାନକୁ ପ୍ରଶ୍ରୟ ଦେବ ନାହିଁ ବୋଲି ଶ୍ରୀ ଶହ ଘୋଷଣା କରିଛନ୍ତି । ଯଦି କୌଣସି ଖେଳାଳି ଏହି ନିୟମକୁ ପାଳନ କରିବାକୁ ଅଗ୍ରାହ୍ୟ କରେ ତେବେ ମୁଖ୍ୟ ଚୟନକାରୀ ଅଧ୍ୟକ୍ଷ ଏନେଇ ନିଷ୍ପତ୍ତି ନେବେ ।
ସୂଚନାଯୋଗ୍ୟ ଯେ, କେବଳ ଅନ୍ତର୍ଜାତୀୟ ଓ ଆଇପିଏଲକୁ ପ୍ରାଥମିକତା ଦିଆଯିବନି । ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ପଡ଼ିବ ବୋଲି ଏହା ପୂର୍ବରୁ ବିସିସିଆଇ ପକ୍ଷରୁ କୁହାଯାଇଥିଲା । ରୋହିତ, କୋହଲି, ଯଶପ୍ରୀତ ବୁର୍ମା ଓ ରବିନ୍ଦ୍ର ଜାଡ଼େଜା ଗ୍ରେଡ-ଏ’ରେ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନୀ, ଶାମୀ, ଋଷଭ ପନ୍ତ ଓ ଅକ୍ଷର ପଟେଲ ଗ୍ରେଡ-ବି’ରେ ରହିଛନ୍ତି ।

Get real time updates directly on you device, subscribe now.