(Video) ଖେଳାଳିଙ୍କ ସହ ଖରାପ କଥା ହେବା ଦରକାର.. ଏମିତି କାହିଁକି ରୋହିତ ଶର୍ମା, ଭିଡିଓ ହେଉଛି ଭାଇରାଲ
ବର୍ତ୍ତମାନ ରୋହିତ ଶର୍ମାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହିଛନ୍ତି-ଖେଳାଳିଙ୍କ ସହ ଖରାପ କଥା ହେବା ଦରକାର
ନୂଆଦିଲ୍ଲୀ: ରୋହିତ ଶର୍ମା ୭ ମେ’ରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଏହାପରେ ସେ କୌଣସି ମ୍ୟାଚ ଖେଳିନାହାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।
ଯେଉଁଥିରେ ରୋହିତ ଶର୍ମା କହିଛନ୍ତି, ‘ଖେଳାଳିଙ୍କ ସହ ଖରାପ କଥା ହେବା ଆବଶ୍ୟକ’। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।
କାହିଁକି କହିଲେ ଏମିତି କଥା: ସନ୍ନ୍ୟାସ ନେବା ପରେ ରୋହିତ ଶର୍ମା ଏକ ଇଣ୍ଟରଭ୍ୟୁ ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ଖେଳାଳିଙ୍କ ସହ ଖରାପ କଥା ହେବା ଦରକାର।
ପରେ ସେ ସଙ୍ଗେ ସଙ୍ଗେ କହିଛନ୍ତି ଯେ, ଖରାପ କଥା ମାନେ ତୋତେ କାହିଁକି ଖେଳାଇଲେନି। ଏହା ଉପରେ ଆଙ୍କର ଜଣକ କହିଲେ ଯେ, ଆପଣ ଟଫ୍ କ୍ଲାସର କଥା କହୁଛନ୍ତି କି, ସେ ଏତିକି କହୁ କହୁ ରୋହିତ ଶର୍ମା କହିଛନ୍ତି ଯେ, ଆପଣ ସର୍ବଦା ଖରାପ ଜିନିଷ ଭାବୁଛନ୍ତି। ଏହାପରେ ଦୁହେଁ ହସିବାକୁ ଲାଗିଛନ୍ତି। ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି।
Rohit: “Players ke sath gandi baatein karni chahiye” 😭🙏pic.twitter.com/exGBTJuQ2N
— Shikha (@Shikha_003) May 13, 2025