fbpx

‘Mumbai Indians’ ପାଇଁ ଶେଷ IPL ଖେଳୁଛନ୍ତି ରୋହିତ ଶର୍ମା! Reject କଲେ ଅଧିନାୟକ ପଦ

ଓଡ଼ିଶା ଭାସ୍କର: ଚଳିତବର୍ଷ ନିରାଶଜନକ ପ୍ରଦର୍ଶନ ଜାରି ରଖିଛି ଆଇପିଏଲର ସର୍ବଶ୍ରେଷ୍ଠ ଦଳ ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଦମଦାର ପ୍ରଦର୍ଶନ କରିବା ଆଶାରେ ଅଧିନାୟକ ପରିବର୍ତ୍ତନ କରିଥିବା ବେଳେ ଏହା ଟିମ୍ ପାଇଁ ମହଙ୍ଗା ହୋଇଛି । ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ଚଳିତ ସିଜନର ୩ଟି ଯାକ ମ୍ୟାଚରେ ପରାଜୟର ସାମନା କରିଛି । ତେଣୁ ବାରମ୍ବାର ବିଫଳତା ପରେ ଟିମ ଏବେ ପୁଣିଥରେ ରୋହିତଙ୍କୁ ଦଳର ଅଧିନାୟକ ପଦ ହସ୍ତାନ୍ତର କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ରୋହିତ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାସହିତ ଆଗାମୀ ସିଜନରୁ ସେ ମୁମ୍ବାଇ ପାଇଁ ଖେଳିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳର ନିରାଶଜନକ ପ୍ରଦର୍ଶନ ମୁମ୍ବାଇକୁ ପ୍ରଥମ ୩ଟି ମ୍ୟାଚରେ ପରାଜୟକୁ ଦେଖିଛି । ଫଳରେ ମୁମ୍ବାଇ ବର୍ତ୍ତମାନ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ତେଣୁ ଏହି ରେକର୍ଡକୁ ସୁଦାରିବା ପାଇଁ ପୁଣିଥରେ ରୋହିତ ଶର୍ମାଙକୁ ଚଳିତବର୍ଷ ପୁଣିଥରେ ଅଧିନାୟକ ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ହିଟମ୍ୟାନ ରୋହିତ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାବ୍ୟୀତ ଆଇପିଏଲକୁ ନେଇ ତାଙ୍କର ଆଗାମୀ ଭବିଷତ ବିଷୟରେ ମଧ୍ୟ କିଛି ସଂକେତ ଦେଇଛନ୍ତି । ଆଇପିଏଲ-୨୦୨୫ ଆଇପିଏଲ ରୋହିତ ଅନ୍ୟ ଏକ ଦଳରୁ ଖେଳୁଥିବାର ନଜର ଆସିପାରନ୍ତି । କାରଣ ବର୍ତ୍ତମାନ ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏବଂ ଆଗାମୀ ସିଜନରୁ ମୁମ୍ବାଇ ପାଇଁ ଖେଳିବେନି ବୋଲି କହିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ଏ ନେଇ ରୋହିତ ଶର୍ମା କିମ୍ବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଆଗାମୀ ବର୍ଷ ଆଇପିଏଲ-୨୦୨୫ରେ ପୁଣିଥରେ ମେଗା ଅକ୍ସନ କରାଯିବ । ଏଥର ରୋହିତ ଶର୍ମା ଅକ୍ସନକୁ ନିଲାମ ପାଇଁ ଉପଲବ୍ଧ ରହିବେ ବୋଲି ଜାଣିବାକୁ ମିଳିଛି । ତେବେ ରୋହିତ ଅକ୍ସନକୁ ଫେରିଲେ ଖୁବ ବଡ଼ ଆମାଉଣ୍ଟରେ ବିକ୍ରି ହୋଇପାରନ୍ତି । ତେବେ ଏହି ତାଲିକାରେ ଚେନ୍ନାଇ ସୁପର କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ ଭଳି ଦଳ ସାମିଲ ରହିଛନ୍ତି । ସମସ୍ତ ଦଳ ରୋହିତଙ୍କ ଭଳି ଜଣେ ଅଧିନାୟକଙ୍କୁ ଦଳରେ ସାମିଲ କରିବାକୁ ନଜରରେ ରଖିବେ ।

Get real time updates directly on you device, subscribe now.