fbpx
BJD SKY
BJD SKY

ଟିମ୍ ଇଣ୍ଡିଆକୁ ବଡ ଝଟକା, ଉପ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ସିରିଜରୁ ବାଦ୍, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

BJD

ମୁମ୍ଵାଇ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତି ଚଳାଇତିବା ଭାରତୀୟ ଦଳକୁ ଲାଗିଲା ବଡ ଝଟକା। ଆଙ୍ଗୁଳିରେ ଆଘାତ ଲାଗିବାରୁ ଟେଷ୍ଟ ଦଳର ଉପ ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ପ୍ରିୟଙ୍କା ପଞ୍ଚାଲଙ୍କୁ ଦଳରେ ସାମିଲ୍ କରାଯାଇଛି। ମୁମ୍ବାଇରେ ଅଭ୍ୟାସ୍ ସେସନ ସମୟରେ ରୋହିତଙ୍କୁ ଆଘାତ ଲାଗିଛି।
ରୋହିତ ଶର୍ମା ନିଜର ସାଥୀ ଖେଳାଳି ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, କେଏଲ ରାହୁଲ ଓ ଶାର୍ଦ୍ଦୁଳ ଠାକୁରଙ୍କ ସହିତ ସୋମବାର ଅପରାହ୍ନରେ ଶରଦ ପାଓ୍ଵାର ଏକାଡେମୀରେ ବ୍ୟାଟିଂ ଅଭ୍ୟାସ୍ କରୁଥିଲେ। ତାଙ୍କୁ ଭାରତୀୟ ଦଳର ଥ୍ରୋ-ଡାଉନ୍ ବିଶେଷଜ୍ଞ ରଘୁବେନ୍ଦ୍ର ବ୍ୟାଟିଂ ଅଭ୍ୟାସ୍ କରାଉଥିଲେ। ଏହି ସମୟରେ ରୋହିତଙ୍କ ଗ୍ଲୋଭ୍ସରେ ବଲ୍ ବାଜିଥିଲା। ଯନ୍ତ୍ରଣା ଏତେ ଜୋର ଥିଲା ଯେ, ରୋହିତ ଛଟପଟ ହୋଇ ଉଠିଥିଲେ। ଆଙ୍ଗୁଠିରେ ଆଘାତ ଗୁରୁତର ଥିବାରୁ ତାଙ୍କୁ ଟେଷ୍ଟ ସିରିଜ୍ରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ପ୍ରିୟଙ୍କ ପାଞ୍ଚାଲଙ୍କୁ ଟେଷ୍ଟ ଦଳରେ ସାମିଲ୍ କରାଯାଇଛି।
ସୂଚନାଯୋଗ୍ୟ, ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡିସେମ୍ବର ୨୬ରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଦଳ ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହା ପୂର୍ବରୁ ଭାରତୀୟ ଦଳ ମୁମ୍ବାଇରେ ଏକତ୍ର ହୋଇଛନ୍ତି। ଏଠାରେ ହୋଟେଲ୍ରେ କ୍ଵାରେଣ୍ଟାଇନ୍ରେ ରହିବା ସହ ନେଟ୍ସ ଅଭ୍ୟାସ୍ ଚଳାଇଛନ୍ତି। ପୁଣି ଦକ୍ଷିଣ ଆଫ୍ରିକାରେ କ୍ଵାରେଣ୍ଟାଇନ୍ରେ ରହିବା ପରେ ବାୟୋ ବବଲରେ ଦଳ ଅଭ୍ୟାସ୍ କରିବ।

Get real time updates directly on you device, subscribe now.