fbpx

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଟପ୍ ୧୦ ରେ ରୋହିତ ଶର୍ମା, ଖେଳ ଜୀବନର ଶୀର୍ଷ ର‌୍ୟାଙ୍କିଙ୍ଗରେ ମହମ୍ମଦ ସିରାଜ

ନୂଆଦିଲ୍ଲୀ: ଆଇସିସି ବୁଧବାର ଟେଷ୍ଟ ଖେଳାଳୀଙ୍କ ର‌୍ୟାଙ୍କିଙ୍ଗ ପ୍ରକାଶ କରିଛି। ଯେଉଁଥିରେ ଭାରତୀୟ ଟିମର କ୍ୟାପ୍ଟେନ ରୋହିତ ଶର୍ମା ବ୍ୟାଟ୍ସମ୍ୟାନଙ୍କ ଶ୍ରେଷ୍ଠ୧୦ ଖେଳାଳିଙ୍କ ତାଲିକା ଭିତରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ହିଟମ୍ୟାନ ଭାବରେ ପରିଚିତ ରୋହିତ ର‌୍ୟାଙ୍କିଙ୍ଗର ୧୦ମ ସ୍ଥାନରେ ଅଛନ୍ତି। ଏହାସହ ତାଙ୍କର ରେଟିଙ୍ଗ ପଏଣ୍ଟ ୭୫୦ ରହିଛି । ସେହିପରି ଟେଷ୍ଟରେ ଶତକ ହାସଲ କରିଥିବା ବିରାଟ କୋହଲି ୭୩୩ ରେଟିଙ୍ଗ ପଏଣ୍ଟ ପାଇ ୧୪ତମ ସ୍ଥାନରେ ଅଛନ୍ତି । ବୋଲରଙ୍କ ଭିତରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସିରେ ୫ଟି ୱିକେଟ ନେଇଥିବା ମହମ୍ମଦ ସିରାଜ ମଧ୍ୟ ୩୩ତମ ସ୍ଥାନ ହାସଲ କରି ନିଜ କ୍ୟାରିିୟରର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି । ଡେବ୍ୟୁ ଟେଷ୍ଟରେ ୧୭୧ ରନ୍ ସ୍କୋର କରିଥିବା ଯଶସ୍ୱୀ ଜୟସ୍ବାଲ ୬୩ତମ ସ୍ଥାନରେ ଅଛନ୍ତି।

ଭାରତ ଭଳି ପାକିସ୍ତାନର ଖେଳାଳିମାନଙ୍କୁ ମଧ୍ୟ ର‌୍ୟାଙ୍କିଙ୍ଗରେ ଭଲ ସ୍ଥାନ ମିଳିଛି। ପାକିସ୍ତାନ ବ୍ୟାଟ୍ସମ୍ୟାନ ସଉଦ ଶକିଲ ଟେଷ୍ଟ ମାନ୍ୟତାର ୧୫ତମ ସ୍ତାନରେ ଅଛନ୍ତି। ସେ ବିରାଟ କୋହଲିଙ୍କ ଠାରୁ ୧ପଏଣ୍ଟ ପଛରେ ଅଛନ୍ତି । ତେବେ ବିରାଟ ୭୩୩ ପଏଣ୍ଟ ପାଇଥିବା ବେଳେ ସଉଦ ୬୯୧ ପଏଣ୍ଟ ହାସଲ କରିଛନ୍ତି, ଯାହା ସଉଦଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା। ଏହା ସହିତ ସଉଦଙ୍କ ସାଥୀ ଖେଳାଳି ଆଗା ସଲମାନ ମଧ୍ୟ ୫୮ତମ ସ୍ତାନରେ ଅଛନ୍ତି।

ଅନ୍ୟପକ୍ଷେ , ପ୍ରଥମ ସ୍ଥାନରେ ନ୍ୟୁଜଲାଣ୍ଡର ବ୍ୟାଟ୍ସମ୍ୟାନ କେନ ୱିଲିୟମସନ ଥିବାବେଳେ ଦ୍ୱିତୀୟ ସ୍ଥାନରେ ମାର୍ନସ ଲାବୁସେନ ଏବଂ ତୃତୀୟ ସ୍ଥାନରେ ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ ଜୋ ଋଟ ଅଛନ୍ତି। ତେବେ ବ୍ୟାଟ୍ସମ୍ୟାନଙ୍କ ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ଅଷ୍ଟ୍ରେଲିଆର ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି।

Get real time updates directly on you device, subscribe now.