fbpx

ପୁଣି ICC ଟୁର୍ଣ୍ଣାମେଣ୍ଟ ଖେଳିବେ ରୋହିତ-ବିରାଟ, ସିନିୟର ଦଳରେ ମିଳିବ ସୁଯୋଗ: ଜୟ ଶାହ

Advertisement

ନୂଆଦିଲ୍ଲୀ: ୧୧ ବର୍ଷର ଅପେକ୍ଷା ପରେ ଟିମ ଇଣ୍ଡିଆ ଆଉ ଏକ ଆଇସିସି ଟ୍ରଫି ଉପରେ କବଜା କରିଛି । ୨୦୧୩ରେ ଚମ୍ପିଆନ୍ସ ଟ୍ରଫି ହାସଲ କରିଥିଲା ଭାରତ । ଏହାପରେ ଅନେକ ଟୁର୍ଣ୍ଣାମେଣ୍ଟରେ ଟ୍ରଫିର ଖୁବ ନିକଟରେ ପହଞ୍ଚି ମଧ୍ୟ ଦଳ ବିଜୟୀ ହେବାରେ ବିଫଳ ହୋଇଥିଲା । ତେବେ ୨୦୨୪ ଟି-୨୦ ବିଶ୍ୱକପ ଜିତି ଭାରତକୁ ଦ୍ୱିତୀୟ ଟାଇଟଲ ଭେଟି ଦେଇଛି ରୋହିତ ସେନା । ବିଶ୍ୱକପ ପରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟି-୨୦ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । କିନ୍ତୁ ଆଗାମୀ ବର୍ଷ ରୋହିତ ଏବଂ ବିରାଟ ପୁଣିଥରେ ଆଇସିସି ଇଭେଣ୍ଟ କେଳିବେ ବୋଲି ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ ।

ଟି-୨୦ ଫର୍ମାଟରୁ ଅବସର ନେଇଥିବା ରୋହିତ ଶର୍ମା ଏବଂ ବିରାଟ କୋହଲି ପୁଣିଥରେ ଆଇସିସି ଟୁର୍ଣ୍ଣାମେଣ୍ଟକୁ କମବ୍ୟାକ କରିବେ ବୋଲି ଘୋଷଣା କରିଛନ୍ତି ଜୟ ଶାହ । ଏହି ଘୋଷଣା ଟିମ ଇଣ୍ଡିଆର ସମସ୍ତ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଭରିଦେଇଛି । ତେବେ ଆସନ୍ତାବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫିରେ ରୋହିତ ଏବଂ ବିରାଟ ପୁଣିଥରେ ଆଇସିସି ଟୁର୍ଣ୍ଣାମେଣ୍ଟକୁ କମବ୍ୟାକ କରିବେ । ଏକ ଇଣ୍ଟରଭ୍ୟୁରେ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ଆସନ୍ତାବର୍ଷ ଚମ୍ପିଆନ୍ସ ଟ୍ରଫିରେ ରୋହିତ ଏବଂ ବିରାଟ ଭାରତର ସିନିୟର ଦଳରେ ରହିବେ । ସିନିୟର ଖେଳାଳି ଅର୍ଥାତ୍, ବିରାଟ ଏବଂ ରୋହିତ ଟିମ ଇଣ୍ଡିଆକୁ ଆଉ ଏକ ଆଇସିସି ଟ୍ରଫି ବିଜୟ କରାଇବା ଉଦ୍ଦେଶ୍ୟରେ ରହିବେ ।

ଏହାପରେ ଜୟ ଶାହ କହିଛନ୍ତି ଯେ, ଟିମ ଇଣ୍ଡିଆ ଯେଉଁଭଳି ଆଗକୁ ବଢୁଛି, ଆମର ପରବର୍ତ୍ତୀ ଲକ୍ଷ୍ୟ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଏବଂ ଚମ୍ପିଆନ୍ସ ଟ୍ରଫି ବିଜୟ ଉପରେ ରହିଛି । ବର୍ତ୍ତମାନ ଦଳରେ ସାମିଲ ଥିବା ଅଧିକାଂଶ ଖେଳାଳିମାନଙ୍କୁ ହିଁ ମ୍ପିଆନ୍ସ ଟ୍ରଫିରେ ସୁଯୋଗ ମିଳିବ । ସିନିୟର ଖେଳାଳି ଦଳରେ ନିଶ୍ଚୟ ସାମିଲ ରହିବେ । ଟି-୨୦ ବିଶ୍ୱକପ ବିଜୟ ପରେ ଉଭୟ ଖେଳାଳିଙ୍କ ଟି-୨୦ରୁ ବିଦାୟ ଘୋଷଣା ସମସ୍ତ ଫ୍ୟାନ୍ସଙ୍କୁ ଝଟକା ଦେଇଥିଲା ।

Get real time updates directly on you device, subscribe now.